ଅନୁଗୁଳ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦେଶ ମହୀଧରପୁରରୁ ପରାବିଲକୁ ପକ୍କାରାସ୍ତା କର
ତାଳଚେର ୧୪/୧୨: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବୁରୁକୁନା ପଂଚାୟତ ମହୀଧରପୁରଠାରୁପରାବିଲ ପକ୍କାରାସ୍ତା ହେବା ନେଇ ରୁଜୁ ହୋଇଥିବା ଏକ ଜନସ୍ବାର୍ଥମାମଲାର ବିଚାର କରି ହାଇକୋର୍ଟ,ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଆଦେଶନାମା ଜାରିକରିଛନ୍ତି। ମହୀଧରପୁରରୁ ସମକୋଇ ନଦୀ କୋଳେ କୋଳେ ଦେଇ ଯାଇଥିବାପରାବିଲ ରାସ୍ତାଟି ବହୁ ବର୍ଷ ହେବ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ଏହି ରାସ୍ତା ରେ କଣିହାଁ ବ୍ଲକ ର ପ୍ରାୟ ସାତ ଆଠ ଟି ଗାଁର ଗ୍ରାମବାସୀମାନେ ଚିକିତ୍ସାଳୟ, କଲେଜ, ହାଇସ୍କୁଲ୍, ଆର୍ଆଇ ଅଫିସ, ବ୍ୟାଙ୍କ, ବନ ବିଭାଗ,ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମେତ ପବିତ୍ରନଗର ବଜାରକୁ ଯିବାଆସିବା ନିମନ୍ତେ ନିର୍ଭର କରିଥାନ୍ତି ତାସହିତ ଢେଙ୍କାନଳ ଜିଲ୍ଲାର ପରଜଙ୍ଗ ବ୍ଲକ୍ ଅଞ୍ଚଳକୁ ମଧ୍ୟ ଯିବାଆସିବା ଏହି ରାସ୍ତା ଦ୍ୱାରା ହୋଇଥାଏ । ରାସ୍ତାର ମରାମତି କାର୍ଯ୍ୟ ଓ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁଅନେକ ବାର ବିଭାଗୀୟ ଅଧିକାରୀ, ନେତା ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି ବି କର୍ଣ୍ଣପାତ କରି ନଥିଲେ। ଏ ନେଇ ମହୀଧରପୁର ଗ୍ରାମର ମନୋରଞ୍ଜନ ସାହୁ, ବାପି ପ୍ରଧାନ ଓ ଦିଲ୍ଲୀପ ପ୍ରଧାନ, କୈଳାସ ସାହୁ ଓ ସୁନୀଲ ପ୍ରଧାନ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁକରିଥିଲେ। ଲୋକଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ସେହି ରାସ୍ତାକୁ ତୁରନ୍ତ ପକ୍କାରାସ୍ତା ନିର୍ମାଣ କରିବା ପାଇଁ ହାଇକୋର୍ଟ, ଅନୁଗୁଳ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଜନସ୍ବାର୍ଥ ମାମଲାକୁ ଆଇନଜୀବୀ ଦିଲ୍ଲୀପକୁମାର ସାହୁ ପରିଚାଳନା କରିଥିଲେ ଓ ତାଙ୍କୁ ବିଧାନଚନ୍ଦ୍ର ପ୍ରଧାନ ସହାୟତା କରିଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

