ପରମ ପ୍ରେମମୟ ଗୁରୁ ଶ୍ରୀଶ୍ରୀ ଅନୁକୁଳଚନ୍ଦ୍ରଙ୍କ ୧୩୮ତମ ଆବିର୍ଭାବ ଉତ୍ସବ ପାଳନ
ପରମ ପ୍ରେମମୟ ଗୁରୁ ଶ୍ରୀଶ୍ରୀ ଅନୁକୁଳଚନ୍ଦ୍ରଙ୍କ ୧୩୮ତମ ଆବିର୍ଭାବ ଉତ୍ସବ ସର୍ବତ୍ର ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର ସ୍ଥିତ ପରମପ୍ରେମମୟ ଗୁରୁ ଶ୍ରୀଶ୍ରୀ ଅନୁକୁଳଚନ୍ଦ୍ରଙ୍କ ସତସଙ୍ଗ ବିହାର ଠାରେ ଗୁରୁ ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଆବିର୍ଭାବ ଉତ୍ସବ କୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା। ଏବଂ ଆଜି ବଡ଼ବିଲ ସତସଙ୍ଗ ବିହାର ର ଏକବର୍ଷ ପୂର୍ତ୍ତି ପାଳନ ଉତ୍ସବ ପାଳନ କରାଯାଇଛି।ଏହି ଅବସରରେ ପରମ ପ୍ରେମମୟ ଗୁରୁ ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଆଶ୍ରିତ ଭକ୍ତ ମାନେ ସକାଳୁ ସକାଳୁ ସତସଙ୍ଗ ବିହାର ପ୍ରାଙ୍ଗଣରେ ପହଞ୍ଚି ଭଜନ କୀର୍ତ୍ତନ କରିବା ସହ ଗୁରୁ ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଫୋଟ ଚିତ୍ରକୁ ଏକ ସୁସଜ୍ଜିତ ରଥରେ ଧରି ଶତାଧିକ ସଂଖ୍ୟାରେ ପୁରୁଷ ଓ ମହିଳା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବାଦ୍ୟର ତାଳେ ତାଳେ ନୃତ୍ୟ କରି ନାମଜପ କରିକରି ନଗର କୀର୍ତ୍ତନ ରେ ବାହାରି ସମଗ୍ର ବଡ଼ବିଲ ସହର ପରିକ୍ରମା କରିଥିଲେ ଓ ସହରର ବିଭିନ୍ନ ସ୍ଥାନରେ ଏହି ରଥକୁ ସ୍ଵାଗତ କରିବା ସହ ବନ୍ଦାପନା ଓ ପୂଜାର୍ଚ୍ଚନା କରିଥିଲେ।ଏହି ନଗର କୀର୍ତ୍ତନ ଆସି ବଡ଼ବିଲ ସତସଙ୍ଗ ବିହାର ପ୍ରାଙ୍ଗଣରେ ପହଞ୍ଚିବା ପରେ ଏହାର ସମାପନ ହୋଇଥିଲା, ସତସଙ୍ଗ ବିହାର ପ୍ରାଙ୍ଗଣରେ ଆମନ୍ତ୍ରିତ ଅତିଥି ମାନେ ଗୁରୁ ଶ୍ରୀଶ୍ରୀ ଅନୁକୁଳଚନ୍ଦ୍ରଙ୍କ ଜୀବନୀ ଉପରେ ଉଦବୋଧନ ଦେବା ସହ ତାଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିବାକୁ ଉପସ୍ଥିତ ଭକ୍ତ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସତସଙ୍ଗ ବିହାର ପ୍ରାଙ୍ଗଣରେ ଅହରହ ଭଜନ କୀର୍ତ୍ତନ କରାଯିବା ସହ ପୁସ୍ତକ ଓ ବିଭିନ୍ନ ସାମଗ୍ରୀ ବିକ୍ରୟ ମେଳା ଲାଗିଥିଲା ଓ ଶେଷରେ ସମସ୍ତ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଅର୍ଣ୍ଣଛତ୍ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

