ମେରା ୟୁବା ,ମେରା ଭାରତ ପକ୍ଷରୁ ବ୍ଲକ୍ ସ୍ତରୀୟ ଖେଳ ମହୋତ୍ସବ ଉଦଯାପିତ
କୁଚିଣ୍ଡା : ୧୮/୧୨: କେନ୍ଦ୍ର ସରକାର ଙ୍କ ଯୁବ ଓ କ୍ରୀଡ଼ା ବିଭାଗ ପରିଚାଳିତ ମେରା ୟୁବା ,ମେରା ଭାରତ ,ସମ୍ବଲପୁର ପକ୍ଷରୁ କୁଡ଼ା ପଡ଼ା ଗ୍ରାମ ପଞ୍ଚାୟତ ର ସେଭେନ୍ ଷ୍ଟାର କ୍ଳବ୍ ସହାୟତାରେ ପୁରୁଣା ପାଣି ସ୍ଥିତ ଧକ ଧକି ଖେଳ ପଡିଆ ରେ ଦେଇ ଦ୍ବିଦିବସୀୟ ବ୍ଲକ ସ୍ତରୀୟ ଖେଳ ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଏହି ମହୋତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା କ୍ରୀଡ଼ାବୀତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରି ଥିଲେ । ସେ ତାଙ୍କ ଭାଷଣରେ ଈଶ୍ୱର ପ୍ରାପ୍ତି ପାଇଁ ଖେଳ ପଡିଆକୁ ଆସିବାକୁ ହେବ ବୋଲି ଯୁବ ମାନସର ପ୍ରତୀକ ସ୍ବାମୀ ବିବେକାନନ୍ଦଙ୍କୁ ସ୍ମରଣ କରି କହିଥିଲେ । ଅନୁଷ୍ଠାନର ସଭାପତି ତଥା ୱାର୍ଡ ସଭ୍ୟ ସରୋଜ ମେହେର ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନ ଉତ୍ସବରେ ବୀଣାପାଣି କ୍ଳବର ସଭାପତି ଧନେଶ୍ଵର କିଶାନ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଭିନ୍ନ ପ୍ରତିଯୋଗିତା ଭିତରେ ଦୌଡ଼ରେ ରଶ୍ମି ଧନ ପ୍ରଥମ, , ମିନଟୁ ପ୍ରଧାନ ଦ୍ବିତୀୟ ଓ ଶିଶିର କିଶାନ ତୃତୀୟ ସ୍ଥାନ ଗ୍ରହଣ କରି ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ରଶି ଟନା ପ୍ରତିଯୋଗିତାରେ ସାତକମା ଭି. ଏସ. ଏସ .କ୍ଳବ୍ ବିଜେତା ହୋଇ ପୁରସ୍କୃତ ହୋଇଥିବା ବେଳେ ସାଇକେଲ ସ୍ଲୋ ପ୍ରତିଯୋଗିତାରେ ଗବର ଡୁଙ୍ଗ ଡୁଙ୍ଗ, ପ୍ରଥମ, ସୁଜିତ୍ ଭଇଂସା,ଦ୍ବିତୀୟ, ବିରେନ୍ଦ୍ର ମାଝୀ ତୃତୀୟ ସ୍ଥାନ ଗ୍ରହଣ କରି ପୁରସ୍କୃତ ହୋଇ ଥିଲେ । ଫୁଟ ବଲ ଖେଳ ପ୍ରତି ଯୋଗିତାରେ ବିଜେତା ସତକମା ଟିମ୍ ଙ୍କୁ ସିଲ୍ଡ ଓ ଉପ ବିଜେତା ଦଳ ହାଡ଼ିପାଳି କ୍ଳବ୍ ଟିମ୍ ଙ୍କୁ କପ୍ ପ୍ରଦାନ କରି ମୁଖ୍ୟ ଅତିଥି ଶ୍ରୀ ନାୟକ ପୁରସ୍କୃତ କରିଥିଲେ ।ଶେଷରେ ବୀଣାପାଣି କ୍ଳବ୍ ର ସମ୍ପାଦକ ନିରଞ୍ଜନ କିଶାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

