*ଗୋପାଳପୁର ଆଶ୍ରମ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ*

ବରଗଡ଼:(ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଆଶ୍ରମ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ହନୁମନ୍ତ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପଧାନ,ସମ୍ମାନିତ ଅତିଥି ଭାବରେ ସି ଆର ସି ସି ଲୋକନାଥ ମେହେର,ସଫେଦ ପଧାନ,ସତ୍ୟବାନ ନାଏକ ଯୋଗଦାନ କରି କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଭାମାନଙ୍କର ଦୃଷ୍ଟାନ୍ତ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବାର୍ଷିକ କ୍ରୀଡ଼ାରେ ଦୌଡ,ଉଚ୍ଚ ଡିଆଁ, ଲମ୍ବ ଡିଆଁ,ରଶି ଡିଆଁ, ମ୍ୟୁଜିକ୍ ଚେୟାର ଆଦି ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା।ଉଦଯାପନୀ ଉତ୍ସବରେ ସ୍ଵତନ୍ତ୍ର ଅତିଥି ଭାବରେ ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଯୋଗଦାନ କରି କ୍ରୀଡ଼ାକ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିବାକୁ ହେଲେ ନିରନ୍ତର ପ୍ରୟାସ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।

ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରି ଆଗାମୀ ବାର୍ଷିକ ଉତ୍ସବରେ ମାନପତ୍ର ସହ ଟ୍ରଫି ପ୍ରଦାନ କରିବା ପାଇଁ ସ୍ଥିରୀକୃତ ହୋଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଦୀପ୍ତି ତ୍ରିପାଠୀ,ମମତା ସାହୁ,ପଞ୍ଚମୀ ନାଏକ,ତୁଳସୀ ସା, ଜୟନ୍ତୀ ମୁନା,ଶିକ୍ଷକ ଅଷ୍ଟମନ୍ୟୁ ବାରିକ,ରାଜୀବ ସାହୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନନ୍ତ ସାହୁ,ସଦସ୍ୟ ପଞ୍ଚୁଲାଲ ନାଏକ, କ୍ଷେତ୍ରମୋହନ ସାହୁ, ଅନ୍ତର୍ଯ୍ୟାମୀ ପଧାନ,ଅଶୋକ ସାହୁ,ଈଶ୍ୱର ଭୁଏ, ସଦସ୍ୟା ପଦ୍ମିନୀ ପ୍ରଧାନ,ସୁଦେଷ୍ଣା ସାହୁ,ପଦ୍ମିନୀ ବାଗ,ମହିଳା ସ୍ଵେଚ୍ଛାସେବୀ ମାନସୀ ଷଣ୍ଢ,ସାବିତ୍ରୀ ଭୁଏ,ସବିତା ବାଗ,ସାବିତ୍ରୀ ବାଡା ଏବଂ ଶିକ୍ଷାର୍ଥୀମାନଙ୍କ ସହ ସେମାନଙ୍କ ପିତାମାତା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।ଶିକ୍ଷକ ଉଚ୍ଛବ ଭୁଏ ସଭାକାର୍ଯ୍ୟ ପରିଚାଳନା କରିବା ସହ ସମସ୍ତ ଇଭେଣ୍ଟଗୁଡ଼ିକରେ ଉତ୍ତମ ପ୍ରଦର୍ଶନ ପାଇଁ ଖେଳାଳୀମାନଙ୍କୁ ଦିଗଦର୍ଶନ ଦେଇଥିଲେ।ଶେଷରେ ଦିଲ୍ଲୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

