ଢେଙ୍କାନାଳ ସଦର ବ୍ଲକ୍ ଓଷ୍ଟାର ଶିଶୁ ଉତ୍ସବ
ଢେଙ୍କାନାଳ, ୧୯/୧୨: ଢେଙ୍କାନାଳ ସଦର ବ୍ଲକ୍ ଓଷ୍ଟା ତରଫରୁ ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଗାନ୍ଧୀ ମନ୍ଦିର ରୋଡ୍, ଢେଙ୍କାନାଳ ଠାରେ ୪୪ତମ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ବ୍ଲକ୍ ଓଷ୍ଟା ସଭାପତି ସତ୍ୟବ୍ରତ ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅବସରପ୍ରାପ୍ତ ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା ମହୋତ୍ସବକୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଧିବଦ୍ଧ ଭାବେ ଉଦ୍ଘାଟନ କରିଥିଲେ I ମୁଖ୍ୟ ଅତିଥି ଭାବେ ଟିସିଏସ୍ର ବରିଷ୍ଠ ଇଂଜନିୟର ପ୍ରତାପ କୁମାର ବେହେରା ଯୋଗଦାନ କରି ଛାତ୍ରଛାତ୍ରୀମାନେ ପିତାମାତା, ଶିକ୍ଷକଙ୍କ ପ୍ରତି ଭକ୍ତି ରଖିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବଳ ନିଜସ ଭାଷଣ ପ୍ରସଙ୍ଗରେ ସମୟାନୁବର୍ତିତା ସହ କଠିନ ପରିଶ୍ରମ କଲେ ଜୀବନର ଲକ୍ଷ୍ୟ ପଥରେ ପହଂଚି ପାରିବେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପୂର୍ବତନ ସଂପାଦକ ବିଭୁତି ସାମଲ, ଜିଲ୍ଲା ଉପଦେଷ୍ଟା ତଥା ମାର୍ଗ ଦର୍ଶକ ସରୋଜକାନ୍ତ ଦାଶ, ପ୍ରଶାନ୍ତ କୁମାର ଧଳ, ଜିଲ୍ଲା ଉପସଭାପତି ସୁଶ୍ରୀ ସଙ୍ଗୀତା ବେହେରା, ବ୍ଲକ୍ ସଂପାଦକ ଲିଙ୍ଗରାଜ ବେହେରା, ଓ ବିଚାରକ ଭାବେ ପ୍ରେମାନନ୍ଦ ଜେନା, ସୁରେଶ କୁମାର ପ୍ରଧାନ, ରାହାସ ବାବୁ, କିଶୋର ବେହେରା, ପ୍ରଦୀପ ଦାଶ, ଅଭିନବ ବରାଳ, ରାଜ କିଶୋର, ସଂଯୁକ୍ତା ଶରଣ ପ୍ରମୁଖ ଯୋଗଦାନ କରିଥିଲେ । ବ୍ଲକ୍ର ଶିଶୁମେଳାର ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ଡିସେମ୍ବର ୨୪ ତାରିଖରେ ମ୍ୟୁନିସିପାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଠାରେ ଦିବା ୧୦ ଘଟିକା ସମୟରେ ଯୋଗଦେବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଧନ୍ୟବାଦ ପ୍ରଦାନ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)


1 Comment
https://shorturl.fm/Cc6uC