
ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ଅନସାଇଟ୍ ମକ୍ ଡ୍ରିଲ୍
ମେରାମଣ୍ଡଳୀ, ୨୦ /୧୨/୨୦୨୫- ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତି ସମୟରେ ପ୍ରସ୍ତୁତି ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନାର ପ୍ରୋପେନ୍ ଷ୍ଟୋରେଜ୍ ୟାର୍ଡରେ ଅନସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଏଥିରେ ଢେଙ୍କାନାଳ ଜିଲ୍ଲା କ୍ରାଇସିସ ଗ୍ରୁପ (ଡିସିଜି)ର ସଦସ୍ୟମାନେ ଉପସ୍ଥିତ ଥିଲେ।ଏଥିରେ ଟ୍ୟାଙ୍କର୍ ଅନଲୋଡିଂ ସମୟରେ ପ୍ରୋପେନ୍ ଗ୍ୟାସ୍ ଲିକେଜ୍ ହେବାର ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ଏକ ମକ୍ ଡ୍ରିଲ୍ କରାଯାଇଥିଲା।
ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ଟିମ୍ କିଭଳି ପ୍ରସ୍ତୁତ ରହିବେ, ସେମାନଙ୍କ ମଧ୍ୟରେ କିଭଳି ସମନ୍ବୟ ରକ୍ଷା କରିବା ସହ ପରିସ୍ଥିତିର ମୁକାବିଲା କରିବେ ତା’ର ଅନୁଧ୍ୟାନ କରିବା ପାଇଁ ଏହି ମକଡ୍ରିଲର ଆୟୋଜନ କରାଯାଇଥିଲା। ଇଞ୍ଜିନିୟର୍ ବିଶ୍ୱଜିତ ପାଣିଗ୍ରାହୀ, ସହକାରୀ ନିର୍ଦ୍ଦେଶକ, ଫ୍ୟାକ୍ଟରୀ ଏବଂ ବଏଲର୍ସ, ଢେଙ୍କାନାଳ, ଡା. ଶାନ୍ତନୁ କୁମାର ଟୁଡୁ, ଡିଏଚ୍ଏଚ୍, ଢେଙ୍କାନାଳ, ଶ୍ରୀମତୀ ତୁଳସୀ ମଞ୍ଜରୀ ଭୁୟାଁ, ଆଇଆଇସି, କଣ୍ଟାବଣିଆ ଥାନା, ଶ୍ରୀ ରାଜେଶ ଅଗ୍ରୱାଲ, ଚିଫ୍ ପାୱାର୍ ସିଷ୍ଟମ୍ସ , ଟିଏସଏମ୍, ଶ୍ରୀ ବିଳାସ ଗାୟକୱାଡ, ଟିଏସଏମ୍ ସୁରକ୍ଷା ମୁଖ୍ୟ ଏବଂ ଚିଫ୍ ଏସ୍ଏମ୍ଏସ୍ ଆଣ୍ଡ ଏଲସିପି, ଟିଏସଏମ୍ ଶ୍ରୀ ହରପନହଲ୍ଲୀ ମହେଶବାବୁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଭା ଲିମିଟେଡ୍, ଜିଏମ୍ଆର ଲିମିଟେଡ୍, ରୁଙ୍ଗଟା ଷ୍ଟିଲ୍, ରିମଝିମ୍ ଇସ୍ପାତ୍ ଓ ଏମଜିଏମ୍ ଷ୍ଟିଲ୍ ପ୍ଲାଣ୍ଟ ଭଳି ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ସଦସ୍ୟ, ସରକାରୀ ଅଧିକାରୀମାନେ ସାମିଲ ହୋଇ ମକ୍ ଡ୍ରିଲ୍ ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ।ନିୟମିତ ଭାବେ ଜରୁରୀକାଳିନ ପରିସ୍ଥିତିର ମୁକାବିଲା ଲାଗି ଏହିଭଳି ଅଭ୍ୟାସ ଆୟୋଜନ କରି ଟାଟା ଷ୍ଟିଲ୍ ମେରାମଣ୍ଡଳୀ ‘ଶୂନ୍ୟ ଦୁର୍ଘଟଣା’ ହାସଲ ପାଇଁ ନିଜର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଛି।




