ଗେଙ୍ଗୁଟିଆ ସରସତୀ ଶିଶୁ ବିଦ୍ୟା ମନ୍ଦିରର ୨୭ତମ ବାର୍ଷିକ ଉତ୍ସବ

ଢେଙ୍କାନାଳ, ୨୨/୧୨: ଚଳିତ ଶିକ୍ଷାବର୍ଷର ବର୍ଷାଜ୍ୟ ପରିବେଶରେ ସରସତୀ ଶିଶୁ ବିଦ୍ୟା ମନ୍ଦିର ର ୨୭ତମ ବାର୍ଷିକୋତ୍ସବ ଉଦ୍ଘାଟନ ଛତ୍ରରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା, ମୁଖ୍ୟ ବକ୍ତା ଭାବେ ଧର୍ମ ଜାଗରଣ ବିଭାଗ ପ୍ରମୁଖ ଶରତ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଗେଙ୍ଗୁଟିଆ ଗ୍ରାମପଂଚାୟତ ସରପଂଚ କୈଳା ଚନ୍ଦ୍ର ଦେହୁରୀ, ସଭାପତି ଭାବେ ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ମଲ୍ଲିକ ଓ ସଂପାଦକ ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତିରେ ମା’ ଶାରଳାଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଶୁଭାରମ୍ଭ ସହ ଶିଶୁଭାଇ, ଭଉଣୀମାନଙ୍କ ଦ୍ବାରା ପ୍ରାର୍ଥନା, ବନ୍ଦନା ଗାନ କରାଯାଇଥିଲା I ବନ୍ଦନା ଶେଷରେ ବିଦ୍ୟାଳୟର ଶିଶୁ ଭଉଣୀମାନଙ୍କ ଦ୍ବାରା ସାଗତ ସଙ୍ଗୀତ ପରିବେଷଣ, ବିଦ୍ୟାଳୟର ସଂପାଦକ ମା’ ରମେଶ ଚନ୍ଦ୍ର ରାଉତଙ୍କ ଦ୍ବାରା ସାଗତ ଭାଷଣ ସହ ମଂଚାସୀନ ଅତିଥ୍ ତଥା ନିମନ୍ତ୍ରଣ ରକ୍ଷା କରି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପରିଚୟ ପ୍ରଦାନ ପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ବର୍ଷସାରା ବିଦ୍ୟାଳୟରେ କରାଯାଉଥିବା ବ୍ୟବସ୍ଥାକୁ ଉପସ୍ଥାପନା “ ବାର୍ଷିକ ବିବରଣୀ” ମାଧ୍ୟମରେ ପଠନ କରିଥିଲେ । ବାର୍ଷିକ ବିବରଣୀ ପଠନ ପରେ ମୁଖ୍ୟ ଅତିଥ୍ ସଳ୍ପ ସମୟ ମଧ୍ୟରେ ‘‘ବାର୍ଷିକ ଉତ୍ସବ’’ର ଆବଶ୍ୟକତା ସମ୍ବନ୍ଧରେ ଉପସ୍ଥାପନା କରିଥିଲେ । ପରେ ବିଦ୍ୟାଳୟର ଭଉଣୀଙ୍କ ଦ୍ବାରା ବ୍ୟକ୍ତିଗତ ଗୀତା ଗାନ କରିବା ପରେ ଉତ୍ସବର ମୁଖ୍ୟବକ୍ତା ସଳ୍ପ ସମୟ ମଧ୍ୟରେ ଅନୁଷ୍ଠାନର ଲକ୍ଷ୍ୟ, ଉଦ୍ଦେଶ୍ୟ, ସିଦ୍ଧାନ୍ତ ସହ ଶିଶୁମନ୍ଦିରର ବିଚାରଧାରା ସମ୍ବନ୍ଧରେ ଅବଗତ କରାଇଥିଲେ । ପରେ ସଭାପତି ବିଦ୍ୟାଳୟ ବ୍ୟବସ୍ଥା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ । ମଂଚାସୀନ ଅତିଥିଙ୍କ ଅଭିଭାଷଣ ପରେ ବିଦ୍ୟାଳୟରେ ବର୍ଷ ସାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତା ତଥା କାର୍ଯ୍ୟକ୍ରମରେ ସଫଳତା ଅର୍ଜନ କରିଥିବା ଭାଇ, ଭଉଣୀମାନଙ୍କୁ ମଂଚାସୀନ ଅତିଥୁମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇ ଥିଲା । ବିଦ୍ୟାଳୟର ଯୁଗ୍ମ ସଂପାଦକ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ ମଂଚାସୀନ ତଥା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ, କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ଶୁଭେଚ୍ଛୁ ବନ୍ଧୁ, ଭାଇଭଉଣୀ, ଅଭିଭାବକ, ଶିଶୁଭାଇ, ଭଉଣୀ, ଆଚାର୍ଯ୍ୟ / ଆଚାର୍ଯ୍ୟା, ସାମ୍ବାଦିକ ପ୍ରତିନିଧ ବନ୍ଧୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଦ୍ୟାଳୟର ଶିଶୁ ଭାଇଭଉଣୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା- ଦେଶାତ୍ମକ ବୋଧ ସଙ୍ଗୀତ, ଲଉଡିବାଡି, ଶାରୀରିକ ପ୍ରଦର୍ଶନ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା । ଉପସ୍ଥିତ ସମସ୍ତ ବନ୍ଧୁ ଭଗିନୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମଗହଣରେ ବିଦୂତ ପରିଷଦ ସଭାପତି ପ୍ରସନ୍ନ କୁମାର ସାହାଣୀ, ଅବସରପ୍ରାପ୍ତ ଶିକ୍ଷକ ତଥା ବିଦ୍ୟାଳୟର ଆଚାର୍ଯ୍ୟ ବିଜୟ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୃଙ୍ଖଳିତ, ବ୍ୟବସ୍ଥିତ ନିମନ୍ତେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।



