ଭଟଲି ବ୍ଲକରେ ସୁଶାସନ ସପ୍ତାହ ପାଳିତ
ଭଟଲି,୨୩/୧୨(ଅଭିମନ୍ୟୁ ପଧାନ): ବରଗଡ ଜିଲ୍ଲା ଭଟଲି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସୁଶାସନ ସପ୍ତାହ ତଥା ଗ୍ରାମ ଅଭିମୁଖେ ପ୍ରସାଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ତହସିଲଦାର ରାମକୃଷ୍ଣ ମିଶ୍ର, ବ୍ଲକ ଉପାଧ୍ୟକ୍ଷା ଲଲିତା ବାଗ, ଏବିଡିଓ ଜ୍ୟୋସ୍ନାରାଣୀ ଗଡତିଆ, ସିଡିପିଓ ସୈରେନ୍ଦ୍ରୀ ମହାନନ୍ଦ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଜିତ ହାଁସଦା ପ୍ରମୁଖ ମଞ୍ଚାସୀନ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏଥିରେ ବିଭିନ୍ନ ବିଭାଗରେ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ସଫଳତା ହାସଲ କରିଥିବା ୧୦ଜଣ ହିତାଧିକାରୀ ନିଜର ଅଭିଜ୍ଞତା ବିଷୟରେ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଚାରି ଜଣଙ୍କୁ ଜମି ପଟ୍ଟା, ଚାରି ଜଣଙ୍କୁ ରାସନ କାର୍ଡ, ଦୁଇ ଜଣଙ୍କୁ ବର୍ଦ୍ଧିତ ଭତ୍ତା ଏବଂ ସେଥିମଧ୍ୟରୁ ଜଣଙ୍କୁ ଟ୍ରାଇସାକେଲ ବଣ୍ଟନ କରାଯାଇଥିଲା । ବ୍ଲକ ଅଧିନସ୍ଥ ସମସ୍ତ ବିଭାଗର ଅଧିକାରୀମାନେ ସରକାରଙ୍କ ଚାଲିଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟା ଉପସ୍ଥିତ ରହି ଶିଶୁ ଅଧିକାର ତଥା ଶିଶୁ ମଙ୍ଗଳ ଯୋଜନା ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଏବିଇଓ ରିତାରାଣୀ ତ୍ରୀପାଠୀ,ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଭାବେଶ କୁମାର ଦଳେଇ,ଯୋଗାଣ ନୀରିକ୍ଷକ ଶାନ୍ତାକାର ପଧାନ,ଆଇପିଓ ଅବନିକାନ୍ତ ପାଢୀ, ବିପିଏମ୍ ଲଲିତା ଛୁରା, ବିପିସି ରଜତ ମେହେର,ସରପଞ୍ଚ, ସମିତିସଭ୍ୟା, ପିଇଓ,ଏଡିଇଓ ତଥା ବ୍ଲକର ସମସ୍ତ କର୍ମଚାାରୀ ଉପସ୍ଥିତ ଥିଲେ । ପରିଶେଷରେ ଏବିଡିଓ ଜ୍ୟୋସ୍ନାରାଣୀ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ ।



