ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆସନ୍ତା ଜାନୁୟାରୀ ୩ ତାରିଖରେ ଜାନକୀ ବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ କରାଯିବ। ତେଣୁ ଏହି କାର୍ଯ୍ୟକ୍ରମକୁ ନବୀନଙ୍କୁ ଆମନ୍ତ୍ରଣ କରିବା ଲାଗି ନିରଞ୍ଜନ ନବୀନଙ୍କୁ ଭେଟିଥିଲେ।
ସେ ନବୀନଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିଲେ। ନିରଞ୍ଜନଙ୍କ ସହିତ ଜାନକୀ ବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।



