ଅବସର କାଳୀନ ରାଜସ୍ୱ ନିରୀକ୍ଷକଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଧିନସ୍ଥ ହାବସପୁର ଗ୍ରାମପଞ୍ଚାୟତ ଆନୁକୂଲ୍ୟରେ ପଞ୍ଚାୟତସ୍ଥ ସଭା ଗୃହରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ହାବସପୁର ରାଜସ୍ବ ନିରୀକ୍ଷକ ରୂପେ ଯୋଗଦାନ କରିଥିବା ଭଗତରାମ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞlପନ କରାଯାଇଥିଲା l ପରେ ହାବସପୁର ରାଜସ୍ବ ମଣ୍ଡଳ ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ପୁରୋହିତଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ବିକାଶ ରଞ୍ଜନ ପଣ୍ଡା ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାରୋହରେ ସିମାଞ୍ଚଳ ନାଗ ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ତଥା ସଂସ୍କୃତି ଗବେଷକ ମୁଖ୍ୟ ଅତିଥି, ଚିତ୍ତ ରଞ୍ଜନ ପଣ୍ଡା ହାବସପୁର ପ୍ରାଥମିକ କୃଷି ସମବାୟ ସମିତି ବିଶିଷ୍ଟ ଅତିଥି, ପିଇଓ ଦୋରା ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ l ଅଥିତିଗଣ ପୁରୋହିତଙ୍କୁ ଏକ ନିଷ୍ଠାବାନ, କର୍ମଠ, କାର୍ଯ୍ୟଦକ୍ଷ ଓ ଜନପ୍ରିୟ ରାଜସ୍ବ ନିରୀକ୍ଷକ ବୋଲି ପ୍ରଶଂସା କରିଥିଲେ l ଉକ୍ତ ସମାରୋହରେ ପଂଚାୟତର ସମସ୍ତ ୱାର୍ଡ ମେମ୍ବର ସହ ଜନସାଧାରଣ ଉପସ୍ଥିତ ରହିଥିଲେ l କାମଦେବ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ l ବିଦାୟ ରାଜସ୍ବ ନିରୀକ୍ଷକ ପୁରୋହିତ ଅତ୍ୟନ୍ତ ଭାବ ବିହୁଲ୍ୟ ହୋଇ ସରପଞ୍ଚ ସହ ଅଞ୍ଚଳବାସୀଙ୍କୁ କୁତର୍ଜ୍ଞତା ଜ୍ଞାପନ କରିଥିଲେ ।କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



