
ତାଳଚେର – ତାଳଚେର ଡବଲ୍ ମର୍ଡର ମାମଲାରେ ତାଳଚେର ପୋଲିସ ୨୪ ଘଣ୍ଟା ମଧ୍ୟରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତ ସମୟରେ, ଅପରାଧରେ ବ୍ୟବହୃତ ଏକ 12-ବୋର ଡବଲ-ବ୍ୟାରେଲ ବନ୍ଧୁକ ଏବଂ ଖାଲି କାର୍ଟ୍ରିଜ୍ ଜବତ କରାଯାଇଥିଲା। ପ୍ରକାଶ ଥାଉକୀ ବୁଧବାର ସକାଳେ ୧୪୯ ନମ୍ୱର ନିକଟ ଲିଙ୍ଗରାକଟା ରାସ୍ତା ନିକଟରେ ଦୁଇ ଜଣ ମୃତ ବ୍ୟକ୍ତିଙ୍କ ଶବ ମିଳିଥିଲା। ପୋଲିସ ଏସପି ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନି କୁକୁର ସହାୟତାରେ ତଦନ୍ତ ଚଳାଇଥିବା ବେଳେ ଗତକାଲି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେଥିମଧ୍ୟରୁ ତିନି ଜଣ ଲୋକାଲ ହୋଇଥିବା ବେଳେ ଦୁଇ ଜଣ ବିହାରୀ ବୋଲି ପୋଲିସ୍ ପକ୍ଷରୁ ସୁଚନା ମିଳିଛି । ତେବେ ମୃତ ବ୍ୟକ୍ତିଙ୍କ ଦେହରେ ଗୁଳି ମାଡ଼ ହୋଇଥିବା କୁହାଯାଇଛି।
𝐓𝐚𝐥𝐜𝐡𝐞𝐫 𝐏𝐨𝐥𝐢𝐜𝐞 𝐂𝐫𝐚𝐜𝐤 𝐃𝐨𝐮𝐛𝐥𝐞 𝐌𝐮𝐫𝐝𝐞𝐫 𝐂𝐚𝐬𝐞, 𝐅𝐢𝐯𝐞 𝐀𝐫𝐫𝐞𝐬𝐭𝐞𝐝Talcher Police arrested five accused within 24 hours in connection with the Talcher double murder case. During the investigation, a 12-bore double-barrel gun and empty cartridges used in the crime were seized.




