୯୭ ତମ ମନୁ ସ୍ମୁତି ଦହନ ଦିବସ ପାଳିତ ,ସମ୍ବିଧାନ ପ୍ରତି ସଚେତନ ହେବାକୁ ଆହ୍ବାନ

ଲଇଡା/ ରେଙ୍ଗାଲି : ୨୫/୧୨: ୯୭ ବର୍ଷ ତଳେ ବାବା ସାହେବ୍ ଡ଼ ଭୀମରାଓ ଆମ୍ବେଦକର ବିଭିନ୍ନ କୁସଂସ୍କାର ରେ ପରିପୂର୍ଣ ମନୁ ସ୍ମୁତି କୁ ସର୍ବ ସମ୍ମୁଖରେ ଡାହାଣ କରିଥିଲେ ।ସେହି ଦିନ ରୁ ଆମ୍ବେଦକର ବାଦି ଗଣ ମନୁସ୍ମୂତି ଦିବସ ପ୍ରତ୍ୟେକ ବର୍ଷ ପାଳନ କରି ଆସୁଛନ୍ତି ।ଏହି କ୍ରମରେ ଲଇଡା ସନ୍ନିକଟ ଅଙ୍କ ଡିହି ଠାରେ ଶିକ୍ଷକ ସୁରୁ ମଣି ସୁନାନୀ ଙ୍କ ସଭାପତିତ୍ବରେ ବୁଦ୍ଧ ସାମାଜିକ ଆନ୍ଦୋଳନ ସମିତି ପକ୍ଷରୁ ୯୭ ତମ ମନୁସ୍ମୁ ତି ଦିବସ ପାଳିତ ହୋଇ ଯାଇଛି । ଏଥିରେ ସମାଜସେବୀ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୁସଂସ୍କାର ଦୂର କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଡ଼ ଆମ୍ବେଦକର କରିଥିବା ବିଭିନ୍ନ ଆନ୍ଦୋଳନ ଓ ସମ୍ବିଧାନ ପ୍ରଣୟନ ସମ୍ପର୍କରେ ସୂଚନା ଦେଇଥିଲେ । ଫାସିମାଲ କନ୍ୟା ଶ୍ରମ ର ସହକାରୀ ଶିକ୍ଷକ କେଦାର ଲୁହା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦଳିତ ବର୍ଗ ଓ ମହିଳା ଙ୍କ ସ୍ବାର୍ଥ ସଂରକ୍ଷଣ ପାଇଁ ବାବା ସାହେବ୍ ମନୁସ୍ମୁତୀ ଦହନ କରିଥିଲେ ବୋଲି କହିଥିଲେ । ଅତିଥି ଗଣ ସମ୍ବିଧାନ ପ୍ରତି ସଚେତନ ହେବାକୁ ଆହ୍ବାନ ଦେଇଥିଲେ ।ପ୍ରାରମ୍ଭରେ ୱାର୍ଡ ସଭ୍ୟ ହୋମ କେଶ୍ୱରି ସୁନାନି ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ଵେଚ୍ଛାସେବୀ ସୀମା ଗର୍ଡିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ପରେ ଅତିଥି ଗଣ ମନୁସ୍ମୁତୀ ର ପ୍ରତିଲିପି କୁ ସର୍ବ ସମ୍ମୁଖରେ ପୁଣି ଥରେ ଦହନ କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ ।ଶେଷରେ ଯୁବ ନେତା ହୋମ ଚାନ୍ଦ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଦିଲ୍ଲୀପ ତାଣ୍ଡିଆ, ବିଳାସିନୀ ଶୁନାନି, ଚନ୍ଦନ ନାଏକ,ଅମୂଲ୍ୟ ଶୁନାନି, ଭୀଷ୍ମ ଦେବ ଶୁନାନୀ, ମୌସୁମୀ ନାଏକ , ରୋହିତ ଶୁନାନି ପ୍ରମୁଖ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ।



