ବଡ଼ବିଲ ସିଭିଲ୍ ସୋସାଇଟି ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜନ୍ମଜୟନ୍ତୀ ପାଳନ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶହେ ତମ ଜନ୍ମ ଜୟନ୍ତୀ କୁ ଅତି ହର୍ଷ ଉଲ୍ଲାସ ସହକାରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ବଡ଼ବିଲ ଶିଭିଲ୍ ସୋସାଇଟି ଓ ବଡ଼ବିଲ ନେଟିଭ୍ ଭଏସ୍ ପକ୍ଷରୁ ବଡ଼ବିଲ ମାର୍କେଟ ସ୍ଥିତ ଅଟଳ ଛକ ଠାରେ ଅୟୋଜନ କରାଯାଇଥିଲା। ଏହି ଅବସରରେ କୁହାଯାଇଥିଲା କି ଆଗାମୀ ଦିନରେ ବଡ଼ବିଲ ଅଟଳଛକ ଠାରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଏକ ଭବ୍ୟ ମୂର୍ତ୍ତି ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅଟଳ ଛକ ଠାରେ ଥିବା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରଯାଇଥିଲା ଏବଂ କିପରି ଅଟଲ ବିହାରୀ ବାଜପେୟୀଙ୍କ ବଳିଷ୍ଟ ନେତୃତ୍ଵ ଯୋଗୁ ଦେଶକୁ ଏକ ନୂତନ ଯୁଗର ଆରମ୍ଭ କରିବାର ଦିଶା ମିଳିପାରି ଥିଲା ତା ଉପରେ ଆମନ୍ତ୍ରିତ ଅତିଥି ମାନେ ବ୍ୟକ୍ତ କରିଥିଲେ ଆଜି ତାଙ୍କରି ଅନୁପ୍ରାଣିତ ରେ ଏକ ଭାରତ ଶ୍ରେଷ୍ଟ ଭାରତ ର ପରିକଳ୍ପନା ରେ ଆଗେଇ ଚାଲିଛି । ଏବଂ ଶେଷରେ ବଡ଼ବିଲ ଅଞ୍ଚଳର ଉଦୀୟମାନ କଳାକାରଙ୍କୁ ନେଇ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଅୟୋଜନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ଅଟଳ ପ୍ରେମୀ ତଥା ଜନସାଧାରଣ ଉପସ୍ଥିତ ରହି ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜନ୍ମଜୟନ୍ତୀ ପୂର୍ତ୍ତି ଉତ୍ସବକୁ ଅତି ହର୍ଷ ଉଲ୍ଲାସ ସହକାରେ ପାଳନ କରିଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



