
ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୫-୨୬

ଅନୁଗୋଳ,ତା.୨୮.୧୨:- ଆଜି ଅପରହ୍ନରେ କିଶୋରନଗର ବ୍ଳକ୍ ବର ପଡିଆଠାରେ ଜିଲ୍ଲା ଏବଂ ଊପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସଂସଦ, ସମ୍ବଲପୁର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଊଦଘାଟନ କରିବା ସହିତ ୧୧୮.୩୫ କୋଟି ଟଙ୍କାର ୩୬ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ତଥା ୩୨.୨୧ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ ।

ବିଭିନ୍ନ ବିଭାଗର ୨୩୪ ଜଣ ଲାଭୀର୍ଥୀଙ୍କୁ ଆଗ୍ରୋ ସର୍ଭିସ ସେଣ୍ଟର, ମସଲା ସହ ବ୍ରଏଲର ଫାର୍ମ ଭଳି ବିଭିନ୍ନ ବିଭାଗ ପାଇଁ ସବସିଡି ପ୍ରଦାନ କରାଯାଇଥିଲା । ଏହି ମେଳାରେ କୃଷି ଓ ଆନୁଷଙ୍ଗିକ ବିଭାଗ ତରଫରୁ ୨୬ଟି ଏବଂ କୃଷି ଯନ୍ତ୍ରପାତି ବିକ୍ରେତାମାନଙ୍କର ୩୧ଟି ଷ୍ଟଲ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ଆଠମଲ୍ଲିକ ବିଧାୟକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ ପ୍ରମୁଖ ଊପସ୍ଥିତ ଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।



