ଗମ୍ଭାରୀଆ ନାଳ ଉପରେ ନିମ୍ନମାନର ସେତୁ ନିର୍ମାଣ କାର୍ଯ୍ୟ କଙ୍କଡ଼ାହାଡ଼ ବ୍ଲକ୍ ପଙ୍ଗାତିରା ଗମ୍ଭାରୀଆ ନାଳ ଉପରେ ନିମ୍ନ ମାନର ସେତୁ ନିର୍ମାଣ କାର୍ଯ୍ୟ ଚାଲୁଅଛି। ଏଠାରେ ବହୁଦିନ ଧରି ନୂତନ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ଦାବି ହେଉଥିଲା ଏବଂ ସେତୁଟି ବହୁଦିନ ପରେ କାର୍ଯ୍ୟ ଚାଲୁରହିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ କି ଏଠାରେ ଯେଉଁ ଠିକାଦାର କାର୍ଯ୍ୟ କରୁଛି ବିନା ସୁରକ୍ଷା ନିରାପତ୍ତା ସହିତ କାର୍ଯ୍ୟ କରୁଛନ୍ତି। ଏହି ସେତୁଟି କେତେ ଟଙ୍କାଅନୁଦାନ ରାଶି କିଏ ଠିକାଦାର କି କାର୍ଯ୍ୟ ସୁଚନା ଫଳକ ନାହିଁ ବିଭାଗ ର ମନ୍ତ୍ରୀ ବାରମ୍ବାର କହୁଥିବା କଥାକୁ ଠିକାଦାର ବେଖାତିରି କରି କାର୍ଯ୍ୟ କରିଚାଲିଛି। ସବୁଠାରୁ ବଡ଼ କଥା ହେଲା କି ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନଙ୍କ ଗାଁ ରେ ଏହିପରି କାର୍ଯ୍ୟ କରାଯାଉଛି! କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତିରେ ନିମ୍ନ ମାନର କାର୍ଯ୍ୟ ଚାଲୁରହିଛି। ପ୍ରଥମେ ଫାଉଣ୍ଡେସନ ଅତିନିମ୍ନ ମାନର କାର୍ଯ୍ୟ ଚାଲୁରହିଥିବା ବେଳେ ଏହାରି ଉପରେ ଗାଡିଚଳା ଚଳ ହେଲା ବେଳକୁ ସେତୁ ଟି ଭାଙ୍ଗି ଯିବାର ଆସଙ୍କା ରହିଛି।ଠିକାଦାର ଏବଂ ଯନ୍ତ୍ରୀ ମିଳିଭଗତରେ ନିମ୍ନମାନର କାର୍ଯ୍ୟ କରାଯାଉଛି କାର୍ଯ୍ୟନୁଷ୍ଠାନ ପାଇଁ ବିଭାଗିୟ ଅଧିକାରୀ ଙ୍କୁ ଅନୁରୋଧ।

January 16, 2026/
No Comments


