ଜାତୀୟ ସଡକ ସୁରକ୍ଷା ମାସ ଉପଲକ୍ଷେ ଗଣ ଦୌଡ ଆୟୋଜିତ

ଅନୁଗୋଳ,ତା. ୦୩.୦୧:- “ ସଚେତନତାରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତନ” ରବାର୍ତ୍ତା ନେଇ ଜାତୀୟ ସଡକ ସୁରକ୍ଷା ମାସ ୨୦୨୬ ଚଳିତ ମାସ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ।

ଏହି ଊପଲକ୍ଷେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଏକ ଗଣ ଦୌଡର ଆୟୋଜନ କରାଯାଇଥିଲା । ଏହି ଗଣ ଦୌଡକୁ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୈଳଶ୍ରୀକ୍ଷେତ୍ର ଠାରୁ ବାହାରି ଏହି ଗଣ ଦୌଡ ସୂଚନା କେନ୍ଦ୍ର ଛକ, ବଜାର ଛକ, ରାଜା ଛକ, ଥାନା ଛକ ଦେଇ ଷ୍ଟାଡିୟମ ଠାରେ ପହଞ୍ଚିଥିଲା ।

ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର, ଅନୁଗୋଳ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ସମ୍ବିତ କୁମାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠଙ୍କ ସମେତ ଆରକ୍ଷୀ ବାହିନୀ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ୱେଛାସେବୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଦେଇଥିଲେ ।




