ଲ୍ୟାମ୍ପ୍ ରେ ଧାନକିଣା କୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସୋନ୍ତସ ଓ ରାସ୍ତା ରୋକ୍।
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ କରଞ୍ଜିଆ ଲ୍ୟାମ୍ପରେ ଧାନ କିଣା ଯାଇ ନପାରିବାରୁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଓ ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଧାନ କ୍ରୟ ଅଧିକାରୀ ଙ୍କ ବଦଳି କୁ ନେଇ ଚମ୍ପୁଆ ବ୍ଲକ କରଞ୍ଜିଆ ଲ୍ୟାମ୍ପ ରେ ଧାନ କିଣା ବନ୍ଦ ପ୍ରତିବାଦରେ ଚାଷୀଙ୍କ ରାସ୍ତା ରୋକ। କରଞ୍ଜିଆ ଲ୍ୟାମ୍ପ ରେ ଆଜି ଠାରୁ ଧାନ କିଣା ଆରମ୍ଭ ପାଇଁ ବିଭାଗ ତରଫରୁ ଚାଷୀଂକୁ ସୂଚନା ଦିଆ ଯାଇଥିଲା। ଏହାକୁ ନେଇ ଟୋକନ ପାଇଥିବା ଚାଷୀ ସକାଳୁ କରଞ୍ଜିଆ ଲ୍ୟାମ୍ପ ରେ ପହଞ୍ଚି ଥିଲେ । ମାତ୍ର ଲ୍ୟାମ୍ପ ରେ ଧାନ କିଣା ଅଧିକାରୀ ଙ୍କ ବଦଳିକୁ ନେଇ ମ୍ୟାନେଜମେଣ୍ଟ କମିଟି ଧାନ କିଣାରେ ସହଯୋଗ କରିବାକୁ ମନା କରିଦେବାରୁ ଲ୍ୟାମ୍ପ ରେ ଧାନ କିଣା ଯାଇ ପାରି ନଥିଲା ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚାଷୀଙ୍କ ଠାରୁ ଧାନ କିଣାଯାଇପାରି ନଥିବାରୁ ଚାଷୀ ରାସ୍ତାରୋକ କରିଛନ୍ତି । ଚାଷୀଙ୍କ ରାସ୍ତା ରୋକ ପାଇଁ ଚମ୍ପୁଆ କରଞ୍ଜିଆ ରାସ୍ତା ରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି।ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରୁଛି। ସୂଚନା ଯୋଗ୍ୟ କି ଏହି ଲ୍ୟାମ୍ପ ର ଧାନକିଣା ଅଧିକାରୀ ରଜତ କୁମାର ଗିରିଙ୍କୁ ଏଠାରୁ ବଦଳାଇ ବ୍ରଜେନ୍ଦ୍ର ମହାନ୍ତଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଏହାକୁ ବିରୋଧ କରି ଏହି ଲ୍ୟାମ୍ପ ର ମ୍ୟାନେଜମେଣ୍ଟ କମିଟି ଧାନ କିଣାରେ ସହଯୋଗ କରିବାକୁ ମନା କରିବାରୁ ଧାନ କିଣା ହୋଇପାରି ନାହିଁ । ଧାନ କିଣାଯାଇ ପାରୁନଥିବାରୁ ଚାଷୀ ରାସ୍ତା ରୋକ କରିଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



