ପାଣି ପଞ୍ଚାୟତ ପକ୍ଷ ଊପଲକ୍ଷେ ସଚେତନତା ରଥ
ଅନୁଗୋଳ. ତା.୦୬.୦୧:- ଜଳର ସୁପରିଚାଳନା ଓ ସୁବିନିଯୋଗ ପାଇଁଜନସଚେତନତା ସୃଷ୍ଟି କରିବା ନିମନ୍ତେ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଊଛି । ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଚଳିତ ମାସ ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟ ସହିତ ଅନ୍ୟାନ୍ୟ ଜଳସେଚନ ବିଭାଜନ ଭ୍ରମଣ କରି ଜନସାଧାରଣଙ୍କୁ ସଚେତନ କରାଇବ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜଳ ସେଚନ ବିଭାଗର କର୍ମଚାରୀ, ପାଣି ପଞ୍ଚାୟତର ସଦସ୍ୟ, ଊଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନର କର୍ମଚାରୀ ପ୍ରମୁଖ ଊପସ୍ଥିତ ଥିଲେ ।



