ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ
ଢେଙ୍କାନାଳ, : ସ୍ଥାନୀୟ ରାଜବାଟୀ ଚୌକସ୍ଥିତ ଶ୍ରୀଅରବିନ୍ଦ ଜିଲ୍ଲା ପାଠଚକ୍ର ସଂଗଠନ ତରଫରୁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ସଭା ମୁଖ୍ୟ ଅନୁଷ୍ଠାନର ସଭାପତି ବିରଓ୍ବାନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ କରାଯାଇଥିଲା । ସକାଳ ୯ ଘଟିକା ସମୟରେ ଅନୁଷ୍ଠାନର ସଂପାଦକ ଶିଳ୍ପୀ ପରେଶ ପଟ୍ଟନାୟକ ମାତୃ ପତାକା ଉତୋଳନ କରିଥିଲେ, ସଭ୍ୟସଭ୍ୟାମାନେ ଯନ୍ତ୍ର ସଂଗୀତ ସହ ନୀରବ ଧ୍ୟାନ କରିବା ପରେ ବନ୍ଦେ ମାତରଂ ଗାନ କରିଥିଲେ । ପୂର୍ବାହ୍ନ ୧୦ ଘଟିକା ୩୦ ମିନିଟ୍ ସମୟରେ ସଂଗଠିକା ସୁଲୋଚନା ସାହୁ (କୁନିଅପା)ଙ୍କ ପରିଚାଳନାରେ ଅନ୍ୟୁନ ୧୫ଜଣ ସଭ୍ୟସଭ୍ୟା ଆମର ଲକ୍ଷ୍ୟ ମଣିଷ ନୁହେଁ ଏକ ନୂଆ ମଣିଷ ଉପରେ ଆଲୋଚନାମାନ ରଖୁଥିଲେ । ପ୍ରାରମ୍ଭରେ ଯନ୍ତ୍ର ସଂଗୀତ ସହ ନୀରବ ଧ୍ୟାନ ପରେ ପ୍ରିୟ ଦର୍ଶିନୀ ସାହୁ (ଲୀନା) ମନ୍ତ୍ରମୟୀ ସାବିତ୍ରୀ ପାଠ କରିଥିଲେ । ବିବୁଧାନନ୍ଦ ଜେନା ଦୁର୍ଗାସ୍ତୋତ୍ର ପାଠ କରିଥିଲେ । ମାତୃଭକ୍ତ ବିକାଶ ରଞ୍ଜନ ସାହୁ ମାତ୍ର ବନ୍ଦନା ଗାନ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ସଂଗଠିକା ସୁଲୋଚନା ସାହୁ ଉପସଂହାର କରିବା ପରେ ସଭାପତି ଶ୍ରୀ ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ପରେ ସାମୁହିକ ମନ୍ତ୍ର ଆବୃତି କରିଥିଲେ । ପରେ ପ୍ରସାଦସେବନ ପରେ ଅପରାହ୍ନରେ ମାତୃପତାକା ଅବତରଣ କରାଯାଇ କାର୍ଯ୍ୟକ୍ରମକୁ ସଙ୍ଗ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ଶିଳ୍ପୀ ଶ୍ରୀ ପଟ୍ଟନାୟକ ପରିଚାଳନା କରିଥିଲେ ।



