ମଝିପଡ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା ସହର ସ୍ଥିତ ମାଝି ପଢ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଖେଳକୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିଭାଗର ଗୋଷ୍ଠି ଶିକ୍ଷା ଅଧିକାରୀ ଆଚାରୀ ଶବର ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏ ବି ଓ ଦୃଷିକେଶ ନାଏକେ ଓଜଗଦୀଶ ଚ଼ନ୍ଦ୍ର ମୁଣ୍ଡ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ସହ ଖେଳକୁଦ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁଜତାପଣା ପିଲାମାନଙ୍କୁ କ୍ରିଡ଼ା ଆମପାଇଁ କେତେ ଆବଶ୍ୟକ ବିସ୍ତାର ରୂପରେ ଅବଗତ କରାଇଥିଲେ। କାର୍ଯକ୍ରମ ଆରମ୍ଭ ପୂର୍ବରୁ ବିଦ୍ୟାଳୟ ନିକଟରେ ଥିବା ଠାକୁରାଣୀ ମାଁ ଗଙ୍ଗାଦୀ ମାନ୍ଧିରରୁ ଛାତ୍ରଛାତ୍ରୀମାନେ ମଶାଳଯାତ୍ରାରେ ବାହାରିଥିଲେ।ଏହି ଯାତ୍ରା ଟିକୁ ପରିଚାଳନା କରିଥିଲେ ସି.ଆର.ସି.ସି ପ୍ରଫୁଲ ଠାକୁର ଓ ଶିକ୍ଷୟତ୍ରୀ ସୌଦାମିନୀ ମିଶ୍ର,ସୁବାସୀନି ଦାସ ଏହାପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଥିଲା ସମସ୍ତ କାର୍ଯ୍ୟା କ୍ରମ ମାନଙ୍କୁ ସଫଳ କରାଇବା ପାଇଁ ବିଦ୍ୟାଳୟା ର ସମସ୍ତ ଶିକ୍ଷୟତ୍ରୀ ମାନେ ତାଙ୍କ ଦାଇତ୍ୱ ତୁଲାଇଥିଲେ।




