ଢେଙ୍କାନାଳ କଲେଜ ର ୧୯୭୫-୭୯ ବ୍ୟାଚ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ରେ ଅଧ୍ୟୟନ କରିଥିବା ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଆଜି ତା ୭:୧:୨୦୨୬ ରିଖ ଦିନ, ଢେଙ୍କାନାଳ ସହର ପାର୍ଶ୍ଵ ସ୍ଥିତ ଶ୍ୟାମ।ଚରଣପୁର ନିକଟସ୍ଥ ପାହାଡ ଉପତ୍ୟକା ରେ, ଷଷ୍ଠ ଥର ପାଇଁ, ବାର୍ଷିକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସହପାଠୀ / ସହପାଠୀନୀ ମାନେ ଯୋଗଦାନ କରି କଲେଜ ସମୟର ସ୍ମୃତି ରୋମନ୍ଥନ କରି, ଆନନ୍ଦିତ ହୋଇଥିଲେ । ପ୍ରାକୃତିକ ପରିବେଶରେ, ପରସ୍ପର ଭିତରେ ହୃଦୟ ଖୋଲା ଆଲୋଚନା, ପର୍ଯାଲୋଚନା ଓ ସମାଲୋଚନା ମଧ୍ୟରେ ହସ ଗୀତ ର ଆସର ରେ ବିମୋହିତ ହୋଇଥିଲେ । ଆୟୋଜକ ସମୂହ ପ୍ରଦୀପ ମିଶ୍ର, ଜ୍ୟୋତି ମହପାତ୍ର, ଅଶୋକ ମିଶ୍ର, ଅଞ୍ଜନ ସାହୁ, ଲକ୍ଷ୍ମୀ ପଟ୍ଟନାୟକ ତଥା ଅନ୍ୟ ମାନଙ୍କ ସହଯୋଗ ରେ ଏହି ରଙ୍ଗାରଙ୍ଗ ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଲକ୍ଷ୍ମୀ(ଵାବି)ପଟ୍ଟନାୟକ ଓ ସର୍ବଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଅବସର ପ୍ରାପ୍ତ ଏସପି ପ୍ରଦୀପ ମିଶ୍ର। ସହପାଠୀ ୬୦ଜଣ ଏହି କାର୍ଯ୍ୟକ୍ରମକୁ ଯୋଗଦେଇ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଭୂରି ଭୋଜନ ଗ୍ରହଣ କରିଥିଲେ । ଏହିଭଳି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ କରିବା ପାଇଁ ମତ ପ୍ରକାଶ କରାଯାଇଥିଲା।

January 17, 2026/
No Comments


