ଗୋଲାମୁଣ୍ଡା ଜନକଲ୍ୟାଣ ସାମ୍ବାଦିକ ସଂଘର ନୂତନ ବର୍ଷର ବନ୍ଧୁ ମିଳନ
କଳାହାଣ୍ଡି/ଗୋଲାମୁଣ୍ଡା/୦୭/୧/୨୬/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଙ୍ଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଫରଙ୍ଗ ପଂଚାୟତ ଅଧିନସ୍ଥ କରଲାଗୁଡା ଚୁରାପାହାଡ଼ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଭାପତି ରାମକୁମାର ସେନାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ସଙ୍ଘ ପକ୍ଷରୁ ବିଭିନ୍ନ ଗଠନ ମୂଳକ କାର୍ଯ୍ୟକ୍ରମ ପାଇଁ ବୈଠକରେ ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା । ଏଥିରେ ସଙ୍ଘର କର୍ମକର୍ତ୍ତାମାନେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହାକୁ ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟପନ୍ଥା ଅନୁସାରେ ଆଗକୁ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଓଡିଶା ସରକାର ଚୁରାପାହାଡକୁ ଏକ ବଣଭୋଜି ର ମାନ୍ୟତା ଦେଇଥିବାରୁ ବର୍ଷ ତମାମ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ବଣଭୋଜି କରିବାକୁ ଆସିଥାନ୍ତି। ହେଲେ ଅତ୍ୟନ୍ତ ପରିତାପର ବିଷୟ ଏହିଯେ, ସାଧାରଣ ମୌଳିକ ସୁବିଧା ଯଥା, ବିଶୁଦ୍ଧ ପାନୀୟ, ଶୌଚାଳୟ, ସୁରକ୍ଷା, ପାରିପାର୍ଷିକ ଅସ୍ବାସ୍ଥିୟ ଅପ୍ରିତିକର ପରିବେଶ ସହ ଶିଶୁ ମାନଙ୍କ ପାଇଁ ପ୍ରମୋଦ ଉଦ୍ୟାନ ଗୁଡିକ ଉପରେ ସରକାର ଜରୁରୀ ମନେକରି ଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଜିର ବୈଠକରେ ସଙ୍ଘର ସାଧାରଣ ସମ୍ପାଦକ ସରୋଜ କୁମାର ମୁଣ୍ଡ,ସନ୍ତୋଷ କୁମାର ମାଝୀ, କବିରାଜ ଦୁର୍ଗା, କପୁରଚନ ସେଠିଆ, ପିତାମ୍ବର ବେହେରା,ଭୋଜରାଜ ମଙ୍ଗରାଜ, ଦୀପକ ଭର୍ତିଆ, ଜନ୍ମେଜୟ ନାଏକ, ଡମ୍ବରୁ ଭୋଇ, ପ୍ରଭାକର ବଗର୍ତ୍ତୀ, ଡମ୍ବରୁଧର ଜାଲ, ସନ୍ତୋଷ ମାଝୀ,ହିମାଂଶୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ସରୋଜ ମୁଣ୍ଡ ଧନ୍ୟବାଦ ପ୍ରଦାନ କରିଥିଲେ ।ଧର୍ମଗଡ଼ ଉପଖଣ୍ଡ ପ୍ରତିନଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ



