ଆଜି ଢେଙ୍କାନାଳ କାରିଗର ସାହିସ୍ଥ ଅଭିନନ୍ଦନ ଗାର୍ଡେନ ଠାରେ ଦ୍ୱାଦଶ ତମ ପାରାୟଣ ଓ ଶ୍ରୀଗୁରୁ ଭାଗବତ ପ୍ରଥମ ବର୍ଷ ଉଦଯାପନୀ ସନ୍ଧ୍ୟାରେ ଢେଙ୍କାନାଳ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ମୁଖ୍ୟ ଅଟିଥି ଭାବେ ଯୋଗଦାନ କରି ସାଇ ସତ୍ ଚରିତ ପାରାୟଣ ଅନୁଷ୍ଠାନ ର ୧୨ ବର୍ଷ ର ସଫଳତା ପାଇଁ ବ୍ୟକ୍ତି ବିଶେଷ ତଥା ଆନୁଷ୍ଠାନିକ ଭାବେ ସହଯୋଗ କରିଥିବା ଅନୁଷ୍ଠାନ କୁ ସମ୍ୱର୍ଦ୍ଧନା କରିବା ସହିତ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଜଣେ ସମାଜ ସେବୀ ଖୋର୍ଦ୍ଧା ଜିଲ୍ଲା ଜଂକିଆ ର ଶ୍ରୀ ଜଳଧର ପାଇକରାୟ ( ବିଚିତ୍ର ମଣିଷ ଭାବେ ପରିଚିତ) ମହାଶୟ ଙ୍କୁ ସମ୍ଭର୍ଧିତ କରାଯାଇଥିଲା।ପ୍ରଥମ କରି ଗୁରୁ ଭାଗବତ କାର୍ଯ୍ୟକ୍ରମ ରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ପାଠକ ପାଠିକା ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ସକାଳ ୮ ଘଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୮.୩୦ ରେ ସମାପନ ହେଲା ।କାର୍ଯ୍ୟକ୍ରମ ଶେଷରେ ପ୍ରାୟ ୬୦୦ ଲୋକ ପ୍ରସାଦ ସେବନ କରିଥିଲେ।ଏହି ୩ଦିନ ର କାର୍ଯ୍ୟକ୍ରମରେ ସାଇ ପାରାୟଣ ଓ ସାଇ ସେବଦଳ ଢେଙ୍କାନାଳ ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମପାନ ହୋଇଥିଲ।। ଏହି ସମସ୍ତ୍ କାର୍ଯ୍ୟ ପ୍ରମୋଦ କୁମାର ମହାପାତ୍ର , ନିରଦ କୁମାର ମହାପାତ୍ର,ଙ୍କ ତତ୍ତ୍ଵାବଧନରେ ପରିଚାଳିତ କରାଯାଇଥିଲା ।

January 16, 2026/
No Comments


