ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ତରଫରୁ ଜାତୀୟ ଯୁବ ଦିବସ ପାଳନ

ଅନୁଗୋଳ:-ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ (ଯୁବ)ଓଡିଶାର ଯୁବ ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଓଡିଶାର ଶତାଧିକ ଯୁବ କର୍ମୀ ମାନଙ୍କୁ ନେଇକି ତାଳଚେର ସ୍ଥିତ ସାଉଥ ବଲାଣ୍ଡ ଠାରେ “ଜାତୀୟ ଯୁବ ଦିବସ”ପାଳନ କରା ଯାଇଛି,ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ରଣଜିତ ପ୍ରଧାନ ମଞ୍ଚ ପରିଚାଳନା କରିଥିଵା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ପ୍ରଦୀପ୍ତ ପ୍ରଜ୍ବଳନ କରି ସଭା କାର୍ଯ୍ୟକ୍ରମ ଆରମ୍ଭ କରିଵା ସହିତ ଜାତୀୟ ଯୁବ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଶୈଳୀ ଏବଂ ଯୁବବର୍ଗ ମାନଙ୍କୁ କିପରି ଉଚ୍ଚିତ ଦିଗଦର୍ଶନ ଦେଉଥିଲେ ତାହା ଉପରେ ନିଜର ବକ୍ତବ୍ୟ ଉପସ୍ଥାପନା କରି ଯୁବ ଗୋଷ୍ଟିଙ୍କୁ ପ୍ରେରଣା ଦେଇଥିଲେ, ସଂମ୍ମାନିତ ଅଥିଥି ଭାବେ ଅନୁଗୋଳ ଜିଲ୍ଲା ସଭାପତି ଶ୍ରୀ ଦିଗାମ୍ବର ଗଡ଼ ନାୟକ, ଜିଲ୍ଲା ମହିଳା ସଭାପତି ତ୍ରିବେଣୀ ଦଳ ବେହେରା ଙ୍କ ସହିତ ବିଜୟ ଶଙ୍କର ପ୍ରଧାନ, ନିରୋଜା ଭୁକ୍ତା ପ୍ରିୟବ୍ରତ ସାହୁ, ସଞ୍ଜୟ ପ୍ରଧାନ, ସୁଧାକର ସାମଲ, ପ୍ରଦୁମ୍ନ ପ୍ରଧାନ, ଖିରୋଦ ନାହାକ, ଦୁର୍ଗା ସତପଥି, ଇଲାରାଣୀ ପ୍ରଧାନ ,ସୁସ୍ମିତା ସାହୁ, ସଂଯୁବାଳା ମଲ୍ଲ, ଦିପ୍ତିମୟୀ ସାହୁ ଉପସ୍ଥିତ ରହିଥିଲେ ପରି ଶେଷରେ ଜିଲ୍ଲା ଯୁବ ସଭାପତି ଶ୍ରୀ ଗୌତମ ଦେହୁରୀ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସାଙ୍ଗ କରି ପ୍ରସାଦ ସେବନ କରିବା ପାଇଁ ସମସ୍ତ ସଦସ୍ୟ/ସଦସ୍ୟାଙ୍କୁ ନିମନ୍ତ୍ରଣ କରିଥିଲେ, ,,,,,,,,




