ଏକ କୁଣ୍ଡୀୟ ଗାୟତ୍ରୀ ଯଜ୍ଞସହ ଆନନ୍ଦମୟ ପରିବେଶ ମଧ୍ୟ ରେ ମକର ସଂକ୍ରାନ୍ତୀ ଉତ୍ସବ ପାଳନ
ହିନ୍ଧୁମାନଙ୍କ ସବୁ ପର୍ବପର୍ବାଣୀ ମାନଙ୍କ ମଧ୍ୟରୁ ମକର ସଂକ୍ରାନ୍ତୀ ହେଉଛି,ଏକ ନିଆରା ପର୍ବ ଏହି ପର୍ବ କୃଷି ଭିତ୍ତିକ ପର୍ବ।ମକର ସଂକ୍ରାନ୍ତି ଅନ୍ୟସବୁ ସଂକ୍ରାନ୍ତୀ ଠାରୁ ଭିନ୍ନ ଏହି ଦିବସ ପୌରାଣୀକ ଓ ମତାମତ ଜଡିତ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରୁଥିବାରୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ ଏହି ଦିନ ସୂର୍ଯ୍ୟଦେବତାଙ୍କ ଉତ୍ତାରୀୟଣ ଗତି ଆରମ୍ଭ କରନ୍ତି ଏଣୁ ଏହି ପବିତ୍ର ଦିନରେ ଦେବତାମାନଙ୍କୁ ଆରାଧନା କରାଯାଇଥାଏ ସମଗ୍ର ଭାରତବର୍ଷରେ ମହା ଆଡ଼ମ୍ବର ସହ ଏହି ପର୍ବ ପାଳନ କରାଯାଇଥାଏ।ଏହିପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗରଗାବ ଗ୍ରାମସ୍ଥିତ ମାଁ ଗାୟତ୍ରୀ ପୀଠ ଠାରେ ବିଶ୍ଵକଲ୍ୟାଣ ନିମନ୍ତେ ଏକ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞ ପ୍ରତିବର୍ଷ ପାଳନ କରାଯାଇଥାଏ। ଚଳିତବର୍ଷ ଗାୟତ୍ରୀ ପୀଠର ସଭାପତି କୃଷ୍ଣ ଚ଼ନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ଵରେ ଆୟୋଜିତ ଉତ୍ସବରେ ଗ୍ରାମ ର ଶତାଧିକ ପୁରୁଷ ମହିଳା ଯୋଗଦେଇଥିବା ବେଲେ ଏହି ଉତ୍ସବରେ ଦୁଇଜଣ ଶିଶୁ ପୁତ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ ହୋଇଥିଲା ଏଥିସହ ଗ୍ରାମର ଜଣେ ବ୍ୟକ୍ତି ଗାୟତ୍ରୀ ଦିକ୍ଷା ମଧ୍ୟ ଗ୍ରହଣ କରିଥିଲେ,ଉତ୍ସବରେ ଅନ୍ନ ଭୋଗର ବ୍ୟବସ୍ଥା ହୋଇଥିଲା,ଗ୍ରାମର ଆଖପାଖ ଗ୍ରାମମାନଙ୍କଠାରୁ ବହୁ ଭକ୍ତ ଯୋଗ ଦେଇ ଶଙ୍ଖ ହୁଳହୁଳି ଓ ଗାୟତ୍ରୀ ମନ୍ତ୍ରରେ ପରିବେଷ ଭକ୍ତି ଭାବ ମୟ ପୂର୍ଣ୍ଣ ହୋଇ ଉଠିଥିଲା



