ମକର ସଂକ୍ରାନ୍ତି ରେ ତାଳଚେର ସହରରେ ବିରାଟ ହିନ୍ଦୁ ସମ୍ମିଳନୀ

ପବିତ୍ର ମକର ସଂକ୍ରାନ୍ତି ରେ ତାଳଚେର ନଗରପାଳିକାର ଚିତ୍ରକୁଟ ମନ୍ଦିର ପରିସରରେ ବିରାଟ ହିନ୍ଦୁ ସମ୍ମିଳନୀ ହୋଇଯାଇଛି। ଏହି ହିନ୍ଦୁ ସମ୍ମିଳନୀରେ ଅନେକ ଆଧ୍ୟାତ୍ମିକ ସଂଗଠନ ଓ ମଠ ମନ୍ଦିର ର ସାଧୁ ସନ୍ଥ ଉପସ୍ଥିତ ରହି ଥିଲେ। ସେଥିମଧ୍ୟରୁ ,(ଗା଼ୟତ୍ରୀ ପରିବାର )ରୁ ସ୍ୱାଧୀ ଗାୟତ୍ରୀ ପଣ୍ଡା ଓ ଶ୍ରୀ ସରୋଜ ଶତପଥୀ, (ଆର୍ଯ୍ୟ ସମାଜ) ର ଶ୍ରୀ ହରେଶ ଚନ୍ଦ୍ର ସାହୁ,(ସ୍ତର ସଙ୍ଗ ବିହାର)ରୁ ଶ୍ରୀ ପିତାମ୍ବର ବେହେରା,(ଦିବ୍ୟ ଜୀବନ ସଂଘରୁ)ଶ୍ରୀ ଦୁଃଶାସନ ସାହୁ,(ନିତ୍ୟାନନ୍ଦ ଆଶ୍ରମ)ରୁ ବାବା ଆନନ୍ଦ ଗୋପାଳ ଦାସ ଉପସ୍ଥିତ ଥିଲେ। ମୂଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଅନୁଗୋଳ ଜିଲ୍ଲା ର ଜିଲ୍ଲା କାର୍ଯ୍ଯବା଼ହ ଶ୍ରୀ ଅନୀଲ କୁମାର ମହାନ୍ତି ହିନ୍ଦୁତ୍ବ ଓ ଆଜିର ଆହ୍ୱ।ନ ବିଷୟରେ ଆଲୋଚନା କରିଥିଲେ। ହିନ୍ଦୁ ସମ୍ମିଳନୀ ର ସଂଯୋଜକ ଶ୍ରୀ ରଞ୍ଜିତ ମହାପାତ୍ର ମଞ୍ଚାସୀନ କାର୍ଯ୍ୟକର୍ତ୍ତାଙ୍କର ପରିଚୟ କରାଇଥିଲେ। କାର୍ଯ୍ୟକ୍ରମର ସହସଂଯୋଜକ ଶ୍ରୀ ପର୍ଶୁରାମ ବାରିକ୍ ପୂର୍ଣ୍ଣ ସମୟ ରହି ସମ୍ମିଳନୀ ର ବ୍ୟବସ୍ଥା ଦେଖି ଥିଲେ। ଶ୍ରୀ ସନ୍ତୋଷ କୁମାର ସାହୁ, ସୂର୍ଯ୍ୟକାନ୍ତ ମହାନ୍ତି, ପ୍ରମୋଦ ଚନ୍ଦ୍ର କୁଣ୍ଡ, ମାନନୀୟ ଗିରିଧାରୀ ଶତପଥୀ, ଅଶୋକ ଲାଲ୍ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କ ତତ୍ତ୍ୱାବଧାନରେ ପ୍ରାୟ ୧ହଜାରୁ ଉର୍ଦ୍ଧ ସ୍ଥାନୀୟ ଅଞ୍ଚଳର ମାଆ ମାଉସୀ ଓ ଭାଇ,ମଉସା ଓ ଜନସାଧାରଣଙ୍କ ସହଯୋଗରେ ହିନ୍ଦୁ ସମ୍ମିଳନୀ ସମାପ୍ତ ହୋଇଥିଲା।




