ନାଟକ ଉତ୍ସବ ଉଦ୍ଯାପିତ-ନାଟକ ‘ଦୌଡ’ ଓ ‘ବିଶ୍ଵାସ’ ମଞ୍ଚସ୍ଥ

ଢେଙ୍କାନାଳ ମହୋତ୍ସବର ନାଟ୍ୟ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦ୍ଯାପନୀ ହୋଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ମୋହନ ବେହେରା, ନାଟ୍ୟକାର ଦିଲେଶ୍ଵର ମହାରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଅଭିଷେକ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ଟୁଡୁ ଅତିଥିଭାବେ ଯୋଗଦେଇଥିଲେ । ଦୀର୍ଘ ବର୍ଷ ପରେ ମହୋତ୍ସବ ହେବା ସ୍ୱଭାଗ୍ୟର ବିଷୟ। ଢେଙ୍କାନାଳବାସୀ ଏହାକୁ ଉପଭୋଗ କରିବା ସହ କଳା, ସଂସ୍କୃତି ଓ ଆତିହ୍ୟକୁ ମନେପକାଇବାର ଏହା ଏକ ଅବସର। ଏଥିରେ ନାଟକ ଉତ୍ସବ ହେବ;ଟ୍ୟ ସଂସ୍କୃତିର ଆହୁରି ପ୍ରତ୍ସାହନ ବଢିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ନାଟ୍ୟକାର ଦିନେଶ ଦାସ ପରିଚାଳନାରେ ଆୟୋଜିତ ସଭାରେ ନାଟ୍ୟକାର ମଧୁସୂଦନ ଷେଣ୍ଢ ଧନ୍ୟବାଦ ଦେଇଥିଲେ ନାଟକ ‘ଦୌଡ’ ଓ ‘ବିଶ୍ଵାସ’ ମଞ୍ଚସ୍ଥ ହୋଇଥିଲା।ଜୀବନଟା ଏକ ଦୌଡ । କେବେ ଜିଇଁବା ପାଇଁ ତ କେବେ ଆଗକୁ ବଢିବା ପାଇଁ ଦୌଡିବାକୁ ହୁଏ ଅଣନିଶ୍ୱାସୀ ହୋଇ । ସେଇ ଦୌଡକୁ ଜିତିବା ପାଇଁ କେବେ ସତ୍ ଆଉ କେବେ ଅସତ୍ୟର ରାସ୍ତା ଖୋଜେ ମଣିଷ । କୌଣସି ଗଳି ବାଟ ନାହିଁ, କେବଳ ନିଷ୍ଠା, କଠୋର ପରିଶ୍ରମ ଏବଂ ନିରବଛିନ୍ନ ସାଧନା ହିଁ ପ୍ରକୃତ ସଫଳତା ଦିଏ । ଏଭଳି ବାର୍ତ୍ତା ଦେଇ ମଞ୍ଚସ୍ଥ ହୋଇଛି ନାଟକ ‘ଦୌଡ’ । କାମାକ୍ଷାନଗର କାନପୁରା ପଞ୍ଚାୟତି ରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ନାଟକ ମଞ୍ଚସ୍ଥ କରିଥିଲେ । ଦିନେଶ ଦାଶଙ୍କ ଚଚନା ଓ ନିର୍ଦ୍ଦେଶନାର ଏହି ନାଟକରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପଶୁପକ୍ଷୀ ଭୂମିକାରେ ଅଭିନୟ କରିଥିଲେ। ପରେ ନାଟ୍ୟକାର ବିଜୟ କୁମାର ମିଶ୍ରଙ୍କ ରଚନା ଓ ନିର୍ଦ୍ଦେଶନାରେରେ ମଞ୍ଚସ୍ଥ ହୋଇଥିଲା ନାଟକ ବିଶ୍ୱାସ । ସମାଜରେ ବିଶ୍ୱାସ କେତେ ଜରୁରୀ ତାହା ନାଟକରେ ଦେଖାଯାଇଥିଲା।



