ଗ୍ରୀଣ୍ଡୋଲ ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ନିର୍ମାଣ କର୍ମଶାଳା ଅନୁଷ୍ଠିତ।
ଧର୍ମଗଡ (ଜାଗ୍ରତ ଭାରତ)
ମଙ୍ଗଳବାର ଅପରାହ୍ଣ ୪ ଘଟିକା ସମୟରେ ଗ୍ରୀଣ୍ଡୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ରଣା ପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ସିଆରସିସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଛି।ଏହି କର୍ମଶାଳା ର ପ୍ରଥମ ଦିବସରେ ଗ୍ରୀଣ୍ଡୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ ଙ୍କ କରକମଳରେ ଉଦଘାଟିତ ହୋଇଥିଲା। ଏହାରି ଉଦଯାପିନୀ ଉତ୍ସବରେ ସିଆରସିସି ରେଖରାମ ନାଏକ,ଵୃନ୍ଦାବାହାଲ ସିଆରସିସି ଶ୍କ୍ଷ କ୍ଷିରାବଧି ମିଶ୍ର , କରଙ୍ଗାମୁଣ୍ଡା ସିଆରସିସି ବିରୁପାକ୍ଷ ଦୀପ ଗ୍ରୀଣ୍ଡୋଲ କ୍ଲଷ୍ଟର ର ରଣାପଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁର୍ଯୋଧନ ଛତ୍ରିଆ ,ଶହ ଶିକ୍ଷକ ବିହାରୀ ଲାଲ ନାଏକ ଉପସ୍ଥିତ ଥିଲେ,। ଆଞ୍ଚଳିକ ସାଧନ କେନ୍ଦ୍ର ଗ୍ରୀଣ୍ଡୋଲ ର ୧୫ ଗୋଟି ବିଦ୍ୟାଳୟ ରୁ ୧୫ ଜଣ ଏଫ ଏଲ ଏନ ଶିକ୍ଷକ ଦୁଇଦିନ ଧରି ଶିକ୍ଷଣ ସାମଗ୍ରୀ ମାନ ନିର୍ମାଣ କରିଥିଲେ। ଓଡ଼ିଆ ଭାଷା, ଇଂରାଜୀ ଭାଷା, ଗଣିତ, ପରିବେଶ ଭିତ୍ତିକ ୫୦ ରୁ ଅଧିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଏହି କର୍ମଶାଳା ରେ ଗୋଇନ୍ଦିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ର ସହ ଶିକ୍ଷକ ଶ୍ରୀ ଖଗେନ୍ଦ୍ର ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କହଥିଲେ ।ବାଗମୁଣ୍ଡା ବିଦ୍ୟାଳୟ ର ଜୁନିଅର ଶିକ୍ଷକ ଶ୍ରୀ ଅଭୟ ଚରଣ ଵୋଡେକ ଦ୍ଵିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିଲେ ।କୋଠୁଲ ପଡା ବିଦ୍ୟାଳୟ ର ଶହ ଶିକ୍ଷକ ଶ୍ରୀ ଭୁବନେଶ୍ୱର ଭୋଇ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିଲେ। ଶିକ୍ଷଣ ସାମଗ୍ରୀ କର୍ମଶାଳା ରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସିଆରସିସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ ,ସିଆରସିସି ରେଖରାମ ନାଏକ,ଵୃନ୍ଦାବାହାଲ ସିଆରସିସି ଶ୍ରୀଯୁକ୍ତ କ୍ଷିରାଵ୍ଧି ମଶ୍ରା ,କରଙ୍ଗାମୁଣ୍ଡା ସିଆରସିସି ଶ୍ରୀଯୁକ୍ତ ବିରୁପାକ୍ଷ ଦୀପ ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ଶେଷରେ ସିଆରସିସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ ସମସ୍ତ ଶିକ୍ଷକ ମାନଙ୍କୁ ଅଳ୍ପ ସମୟ ମଧ୍ୟରେ ଵହୁତ ଉପାଦେୟ, ପ୍ରସଙ୍ଗ ଭିର୍ତିକ, ଶିକ୍ଷଣ ଫଳାଫଳ ଆଧାରିତ ଶିକ୍ଷଣ ସାମଗ୍ରୀ ସୁନ୍ଦର ଭାବରେ ତିଆରି କରିଥିବାରୁ ସମସ୍ତ ଙ୍କ କର୍ମମୟ ଜୀବନର ଉଜ୍ଜ୍ୱଳ କାମନା କରି କୃତଜ୍ଞତା ଜ୍ଞାପନ କରିଥିଲ। ରଣା ପଡ଼ା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁର୍ଯୋଧନ ଛତ୍ରିଆ ମଞ୍ଚ ପରିଚାଳନା କରି ବେଳେ ଗୋଇନ୍ଦିମୁଣ୍ଡା ବିଦ୍ୟାଳୟ ର ସହ ଶିକ୍ଷକ ଖଗେନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।



