ମାଆଙ୍କ ସ୍ମୃତି ପାଇଁ ହାଇସ୍କୁଲକୁ ବିନାୟକ ମାର୍ବଲ ମୂର୍ତ୍ତି ଅର୍ପଣ
ଧର୍ମଗତ (ଜାଗ୍ରତ ଭାରତ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡା ହାଇ ସ୍କୁଲର ସରକାରୀ ଶିକ୍ଷୟିତ୍ରୀ ୰ଶୈଳବାଳା ପଣ୍ଡା ଙ୍କ ଜନ୍ମ ଦିବସ ଅବସରରେ ତାଙ୍କର ଏକମାତ୍ର କନ୍ୟା କୁମାରୀ ପ୍ରୀତିସନ୍ଧ୍ୟା ପତି ତାଙ୍କ ମାଆଙ୍କ ସ୍ମୃତି ଉଦେଶ୍ୟରେ ହାଇସ୍କୁଲକୁ ଶ୍ରୀଶ୍ରୀ ବିଘ୍ନରାଜ ମହାପ୍ରଭୁଙ୍କ ମାର୍ବଲ ମୁର୍ତ୍ତ ଅର୍ପଣ କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀ ଶିକ୍ଷକ ,କର୍ମଚାରୀ, କମିଟି ଓ ଗ୍ରାମବାସୀ ଙ୍କ ଦ୍ବାରା ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆନନ୍ଦ ଉଲ୍ଲାସରେ ପାଲିତ ହୋଇଯାଇଛି। ଏହି ସୁଭ ଅବସରରେ
ଦସପୂର୍ ଏସ୍ଆଇ ଚନ୍ଦ୍ରହାସ୍ୟ ସାହୁ, ପୁଟିଆଚୁରା କ୍ଲାସ୍ତର ସିଆରସି ରିଖିରମ୍ ନାଏକ, ସାମ୍ୱାଦିକ ଡମ୍ବରୁଧର ଭୋଇ, ବୋରଗୁଡ଼ା ଏଚେମ ପ୍ରଧାନ ଶିକ୍ଷକ ପ୍ରତାମ କୁମାର ପତି, ଶିକ୍ଷକ ପ୍ରିୟବ୍ରତ ମିଶ୍ର, ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ, ଶିକ୍ଷକ ତ୍ରିଲୋଚନ ନାଏକ, କିରାଣୀ ଟାଇଲ ପ୍ରଧାନି, ଶିକ୍ଷକ ସୁଭାଷ କନପାନ, ସମାଜ ସେବୀ କାଳିଆ ଦାସ, ପ୍ରମୁଖ ଉପସ୍ଥିତ ରହି ପ୍ରୀତି ସନ୍ଧ୍ୟାଙ୍କ ମାଙ୍କ ପ୍ରତି ଶ୍ରଦ୍ଧା ସ୍ନେହ ଦେଖି ଭୁରି ଭୁରି ପ୍ରଂଶସା କରିଥିଲେ
ଧବଲେଶ୍ଵର ରଣା ଙ୍କ ରିପୋର୍ଟ



