
୫ ବ୍ରାଉନ ସୁଗାର ବେପାରି ଙ୍କୁ କାବୁ କରିବାରେ ପୋଲିସର ବଡ଼ ସଫଳତା ନେଇ ସୂଚନା ପ୍ରଦାନ


ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗାଡ଼ରଖାଇ ନାଲକୋ ଆଲୁମିନିୟମ ପାର୍କ ଅଞ୍ଚଳରୁ ୫ ବ୍ରାଉନ ସୁଗାର ବେପାରି ଙ୍କୁ କାବୁ କରିବାରେ ସ୍ପେଶାଲ ସ୍କ୍ୱାର୍ଡ ଓ ବଅଁରପାଳ ପୋଲିସ ର ବଡ଼ ସଫଳତା। ଆଜି SDPO ରମାକାନ୍ତ ମହାଳିକ ଙ୍କ ସୂଚନା ମୁତାବକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଅପରେସନ ପ୍ରହାର 2 ନେଇ ବଅଁରପାଳ ଅଞ୍ଚଳରେ ଚଢାଉ କରାଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର୍ ପାଇ ସ୍ପେଶାଲ ସ୍କ୍ୱାର୍ଡ ଓ ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ଙ୍କ ତତ୍ତ୍ଵାବଧାନରେ ସଦଳବଳ ପୋଲିସ ଆଲୁମିନିୟମ ପାର୍କ ଅଞ୍ଚଳରେ ପହଞ୍ଚିବା ଦେଖି ୫ ଯୁବକ ଦୌଡ଼ି ପଳାଇବାକୁ ଉଦ୍ୟମ କରିବା ବେଳେ ଅଭିଯୁକ୍ତକୁ ମାଡି ବସିଥିଲେ। ଅଭିଯୁକ୍ତ ଙ୍କ ଠାରୁ ୭ ଗ୍ରାମ ରୁ ଉର୍ଦ୍ଧ ବ୍ରାଉନ ସୁଗାର, ୩୩ ହଜାର ଟଙ୍କା, ୭ ଟି ମୋବାଇଲ ଫୋନ, ଏକ ୟାମାହା ସ୍କୁଟି ଗାଡି ଜବତ କରିଥିଲେ। ସୁଭାସିସ ସାହୁ, ଚିନ୍ମୟ ସାହୁ, ଦେବାଶିଷ ସାହୁ, ଅସୁତୋଶ୍ ନାଏକ, ସୁବର୍ଣ୍ଣ ବେହେରା କନ୍ୟାବେଡା ଓ ତାଳଚେର ବଲଣ୍ଡା ଅଞ୍ଚଳରୁ ବୋଲି ଜଣାପଡିଛି। ଆଜି ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ବଅଁରପାଳ ପୋଲିସ।




