
ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ମାଘ ପୂର୍ଣ୍ଣିମା ଥିବାରୁ ବିଶେଷ ପୂଜର୍ଚ୍ଚନା କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ , ମଧ୍ୟାହ୍ନ ଧୂପ ପରେ ବଳରାମଙ୍କୁ ଗଜ ଉଦ୍ଧାରଣ ବେଶ, ଜଗନ୍ନାଥ ଙ୍କୁ ପଦ୍ମ ବେଶ କରାଯାଇଥିଲା ।ସନ୍ଧ୍ୟା ବେଳେ ଆଳତୀ, ରାତ୍ର ଧୂପ ପରେ ମନ୍ଦିର ପହଡ଼ ପଡିବ। ପୂଜକ ଶିବଶ୍ଚ ମିଶ୍ର,ମନ ସୁମନ ମିଶ୍ର, ମଳୟ କର ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ,ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ମାଘ ପୂର୍ଣ୍ଣିମା ଗଜ ଉଦ୍ଧାରଣ ନୀତି ପାଳିତ ହୋଇଥଲା



