ହିନ୍ଦୋଳ ମହାବିଦ୍ୟାଳୟ ଇତିହାସ ବିଭାଗର ବାର୍ଷିକ ସମ୍ପାନ

ଢେଙ୍କାନାଳ ଜିଲ୍ଲା ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ୨ ତାରିଖ ଦିନ “ପାଇକ ବିଦ୍ରୋହ : ବ୍ରିଟିଶ ସାମ୍ରାଜ୍ୟବାଦ ଶକ୍ତି ବିରୁଦ୍ଧରେ ଏକ ଅଭୁଲା ସଂଗ୍ରାମ ” ଶୀର୍ଷକ ବାର୍ଷିକ ସମ୍ପାନ ଅନୁଷ୍ଠିତ ହୋଇଛି l ବିଭାଗୀୟ ମୁଖ୍ୟ ଡକ୍ଟର ମହେନ୍ଦ୍ର କୁମାର ସ୍ବାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ପାନରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ଅକ୍ଷୟ କୁମାର ପାତ୍ର ଯୋଗଦେଇ ପାଇକ ବିଦ୍ରୋହର ଅଭୁଲା ସ୍ମୃତି ଓଡ଼ିଶାର ଅସ୍ମିତାକୁ ଯୁବ ମାନସ ମନରେ ଗଭୀର ରେଖାପାତ କରିବ ବୋଲି ଆଶାବ୍ୟକ୍ତ କରିଥିଲେ l ମୁଖ୍ୟ ବକ୍ତା ରୂପେ ଉତ୍କଳ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନାର ପ୍ରାକ୍ତନ ସଂଯୋଜକ ତଥା ଖୁଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ( ଡ଼ିଗ୍ରୀ) ମହାବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ଡକ୍ଟର ମନୋରଞ୍ଜନ ମହାନ୍ତି ଯୋଗଦେଇ
ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କର ଭୂମିକା ଉପରେ ଆଲୋପାତ କରିଥିଲେ l ସମ୍ମାନିତ ଅତିଥି ରୂପେ ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଇତିହାସ ବିଭାଗର ଅଧ୍ୟାପକ ଡକ୍ଟର ବଳରାମ ପୃଷ୍ଟି ନିଜ ବକ୍ତବ୍ୟରେ ପାଇକ ବିଦ୍ରୋହ ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ବିଦ୍ରୋହ ବୋଲି ଅଭିହିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗଣିତ ବିଭାଗ ମୁଖ୍ୟ କ୍ୟାପଟେନ ଡକ୍ଟର କିଶୋର କୁମାର ପୃଷ୍ଟି , ଓଡ଼ିଆ ବିଭାଗର ମୁଖ୍ୟ ଶୈଲ୍ୟ ସାମଲ ନିଜସ୍ଵ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ସ୍ଵର୍ଣ୍ଣମୟୀ ସାହୁ, ଗାୟତ୍ରୀ ସାହୁ, ଉଷଶ୍ରୀ ସାହୁ ଓ ଭବାନୀ ନାଏକ ପ୍ରମୁଖ ବିଷୟ ଭିତ୍ତିକ ସନ୍ଧର୍ଭ ପାଠ କରିଥିଲେ l ବିଭାଗର ଅନ୍ୟତମ ଅଧ୍ୟାପିକା ପ୍ରିୟଙ୍କା ତିଗା କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ କାର୍ଯ୍ୟାଳୟ ବରିଷ୍ଠ କର୍ମଚାରୀ ମଙ୍ଗରାଜ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l



