ଆକାଶବାଣୀ ଶ୍ରୋତା ପରିଷଦ ଓଡିଶା ପକ୍ଷରୁ ସଚେତନତା
କାର୍ଯ୍ୟକ୍ରମ
ଆକାଶବାଣୀ ଶ୍ରୋତା ପରିଷଦ ଓଡିଶା ସାମାଜିକ ସଂଗଠନ ପକ୍ଷରୁ ବିଭିନ୍ନ ଜିଲ୍ଲାର ରେଡିଓର ଶ୍ରୋତା ମାନଂକୁ ନେଇ ଏକ ସଂଗଠନ ଗଠନ କରାଯାଇଛି, ଯାହାର ଲକ୍ଷ ହେଲା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ତଥା ଦେଶର ସାଧାରଣ ଜନତାଙ୍କ ମଙ୍ଗଳ ନିମନ୍ତେ ସଚେତନତା କରିବା
ଆଜି ସମଗ୍ର ଦେଶ ପ୍ଲାଷ୍ଟିକ ଓ ବିଭିନ୍ନ ନିଶାଦ୍ରବ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇଛି, ଯାହାର କୁ ପ୍ରଭାବ ରେ ଭୟଙ୍କର ଭାବରେ
ପାରିବେଷିତ ଦୂଷିତ ହେବା ସହିତ କ୍ୟାନ୍ସର, ହୃତଘାତ ଏବଂ ବ୍ରେନ ଷ୍ଟ୍ରୋକ ଭଳି ମାରତ୍ମକ ରୋଗ ଅକାଳରେ ମୂଲ୍ୟବାନ ଜୀବନକୁ ନଷ୍ଟ କରିଦେଉଛି, ଏହି ଅଭିଯାନରେ କଟକ ବାଦାମବାଡ଼ି ସିଏନବିଟି ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଦରଘା ବଜ଼ାର ଆଇ ଆଇ ସି ରାକେଶ ବେହେରା, ଯୁବ ବିଜେପି ନେତା ଚୌଦ୍ୱାର କଟକର ସୁଶୀଲ କୁମାର ସ୍ୱାଇଁ, ସଂଗଠନ ର ସଭାପତି ଅରୁଣ କୁମାର ରଥ, ବସନ୍ତ କୁମାର ମହାପାତ୍ର, ନଳିନୀକାନ୍ତ ବିଶ୍ୱାଳ ସମ୍ପାଦକ, ତଥା ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ପରିବାର ବର୍ଗ ଉପସ୍ଥିତ ରହିଥିଲେ, ବଷ୍ଟାଣ୍ଡ
ରେ ଯାତ୍ରୀ ମାନଂକୁ ପାମ୍ପଲେଟ ପତ୍ର ଦେଇ ସଚେତନତା କରାଇଥିଲେ,



