ତାରିଖ : ୯ ଫେବୃଆରୀ ୨୦୨୬
ଢେଙ୍କାନାଳ

ଆଜି ଢେଙ୍କାନାଳ ସ୍ଥିତ ହୋଟେଲ୍ ସୂର୍ଯ୍ୟରେ ୟୁକୋ ବ୍ୟାଙ୍କ ତରଫରୁ ଏକ MSME & Resource Carnival ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଣ୍ଣିଭାଲରେ ମୁଖ୍ୟ ଅତିଥି ଭାବେ ୟୁକୋ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ, କୋଲକାତାର କୃଷି ଓ ଗ୍ରାମୀଣ ବ୍ୟବସାୟ ବିକାଶ ବିଭାଗର DGM ଶ୍ରୀ ପ୍ରସେନଜିତ୍ ରାୟ ଉପସ୍ଥିତ ଥିଲେ।
ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ବର୍ଷା, DGM ଓ ଜୋନାଲ୍ ହେଡ୍, କଟକ, ଶ୍ରୀ ବିଭୂତି ଭୂଷଣ ବେହେରା, ଡେପୁଟି ଜୋନାଲ୍ ହେଡ୍, କଟକ ଏବଂ ବିଶେଷ ଅତିଥି ଭାବେ ଢେଙ୍କାନାଳର ରାଜକୁମାର ଶ୍ରୀ ଅମରଜ୍ୟୋତି ସିଂହଦେଓ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୋଭା ବଢ଼ାଇଥିଲେ।
ଏହି କାର୍ଣ୍ଣିଭାଲର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଢେଙ୍କାନାଳ ଜିଲ୍ଲାର ସାଧାରଣ ଜନସାଧାରଣ ଓ ୟୁକୋ ବ୍ୟାଙ୍କର ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାରର ସରକାରୀ ପ୍ରୋତ୍ସାହିତ ଋଣ ଯୋଜନା, ୟୁକୋ ବ୍ୟାଙ୍କର ଟେଲର୍-ମେଡ୍ (tailor-made) ଋଣ ଉତ୍ପାଦ ସହିତ ସହ ବିଭିନ୍ନ ଲାୟାବିଲିଟି ପ୍ରଡକ୍ଟ ଓ ସେମାନଙ୍କର ଲାଭ ସମ୍ପର୍କରେ ସଚେତନ କରାଇବା।
ଏହି ଅବସରରେ ମୋଟ ୩୦ଟି ଋଣ ମଞ୍ଜୁରି ପତ୍ର ବିତରଣ କରାଯାଇଥିଲା, ଯାହାର ସମୁଦାୟ ରାଶି ପ୍ରାୟ ୩୫୦ ଲକ୍ଷ ଟଙ୍କା। କାର୍ଣ୍ଣିଭାଲରେ ଉପସ୍ଥିତ ସାଧାରଣ ଲୋକ ଓ ଗ୍ରାହକମାନେ ଏହି ପଦକ୍ଷେପ ପ୍ରତି ଅତ୍ୟନ୍ତ ସନ୍ତୋଷ ଓ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ୟୁକୋ ବ୍ୟାଙ୍କର ଏହି ପ୍ରକାରର ଉଦ୍ୟମ MSME ଖାତାର ବିକାଶ ଓ ଅଞ୍ଚଳୀୟ ଅର୍ଥନୈତିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି।




