କାଙ୍କଡପାଳ ଗ୍ରାମରେ ୨୦ତମ ବାର୍ଷିକ ନାମଯଜ୍ଞ ଉଦ୍ଯାପିତ
ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ପୁରୁଣାସାହିରେ ୨୦ତମ ବାର୍ଷିକ ନାମଯଜ୍ଞ ଗତ ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ ହେଉଅଛି । ଅଦ୍ୟ ନାମଯଜ୍ଞର ଉଦ୍ଯାପନୀ ଦିବସରେ ନଗର କୀର୍ତନ ଓ ସଂଧ୍ୟାରେ ଦୁଇଦଳ ମହିଳା ସଂକୀର୍ତନ ମଣ୍ଡଳୀ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପ୍ରଥମ ଦଳ କଟକ ନରସିଂହପୁରର ମାଆ ବୁଢାବୁଢୀ ମହିଳା ମାତୃମଣ୍ଡଳୀ ମାମିନା ମହାନ୍ତି ଓ ଦ୍ବିତୀୟ ଦଳ କଟକ ନରସିଂହପୁର, କମଳାଡିହ ବାଲିକୁଦାର ବାବା ମହାବୀର ମାତୃମଣ୍ଡଳୀର ରଶ୍ମିତା ସାହୁ ନାମ କୀର୍ତନ ପରିବେଷଣ କରିଥିଲେ । ଉକ୍ତ ନାମଯଜ୍ଞରେ ୧୧ଦଳ ସଂକୀର୍ତନ ମଣ୍ଡଳୀ ଯୋଗଦେଇଥିଲେ । ଏହି ଉତ୍ସବରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତ ପ୍ରସାଦସେବନ କରିଥିଲେ । ପୂଜକ ଜଗନ୍ନାଥ ତ୍ରିପାଠୀ ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଷ୍ଟପ୍ରହର କମିଟି ବୃନ୍ଦ ପୂର୍ଣ ସହଯୋଗ ଓ ସାହାଯ୍ୟ କରି ସାଫଲ୍ୟ ମଣ୍ଡିତ କରିଥିଲେ । ଗ୍ରାମର ସଭାପତି ଚନ୍ଦନ ମହାନ୍ତି, ସଂପାଦକ ପୁରୁଷୋତମ ଦାସ ଓ ଅଷ୍ଟପ୍ରହର କର୍ତା ସଭାପତି କୈଳାସ ଚନ୍ଦ୍ର ସାହୁ, ବିଚିତ୍ରାନନ୍ଦ ଦାସ, ପ୍ରମୋଦ ପଣ୍ଡା, ବିଶ୍ବଜିତ୍ ସାହୁ, ବାପୁନା ଦାସ ଓ ଗିରିଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସହିତ କାଙ୍କଡପାଳ ପୁରୁଣାସାହିର ଅଧୁବାସୀମାନେ ସହଯୋଗ କରିଥିଲେ । ଉକ୍ତ ସଂକୀର୍ତନକୁ ଦେଖିବା ପାଇଁ ଗ୍ରାମ ଓ ଅଂଚଳର ବହୁ ମହିଳା ପୁରୁଷ ଉପସ୍ଥିତ ରହି ଆଧ୍ୟାତ୍ମିକ ପରିବେଷକୁ ଉପଭୋଗ କରିଥିଲେ ।



