ଶିମିଳିଆ ବାଲିସାହିରେ ୪୩ତମ ଅଷ୍ଟପ୍ରହର ନାମଯଜ୍ଞ
ଢେଙ୍କାନାଳ ଉପକଣ୍ଠ ଶିମିଳିଆ ୧୯ନଂ ୱାର୍ଡ ଅନ୍ତର୍ଗତ ବାଲିସାହିରେ ୪୩ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଗତ ୧୧ ତାରିଖରେ ଶିମିଳିଆ ଯୋର ଠାରେ ପୂଜାର୍ଚ୍ଚନା କରାଯାଇ ମହିଳା ଓ ପୁରୁଷମାନେ ସଂକୀର୍ତନ ଦ୍ବାରା ସାହି ପରିଭ୍ରମଣ କରି କୁଞ୍ଜରେ ସ୍ଥାପନ କରାଯାଇଥିଲା । ପରେ ଅଧିବାସ ପୂଜା ଓ ଅଖଣ୍ଡଦୀପ ସ୍ଥାପନ କରାଯାଇଥିଲା । ଅଦ୍ୟ ନାମଯଜ୍ଞରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରାଧ୍ଯକ୍ଷା ଜୟନ୍ତୀ ପାତ୍ର ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ତାଙ୍କ ବକ୍ତବ୍ୟରେ ଗ୍ରାମରେ ଅଷ୍ଟପ୍ରହର ଦେଖି ବହୁତ ଆନନ୍ଦ ଲାଗୁଛି, ଶ୍ରୀ ଚୈତନ୍ୟ ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ ଓ ସୁସ୍କରେ ରଖନ୍ତୁ ବୋଲି କହିଥିଲେ । ଉକ୍ତ ନାମଯଜ୍ଞରେ ଆଖପାଖ ଅଂଚଳର ୧୭ବଳ ସଂକୀର୍ତନ ମଣ୍ଡଳୀ ଦ୍ବାରା ଅହୋରାତ୍ର ନାମ ସଂକୀର୍ତନ ଚାଲୁ ରହିବ । ଆସନ୍ତା ୧୩ ତାରିଖରେ ବୈଠକ କୀର୍ତନ, ନଗରଭ୍ରମଣ ଓ ପ୍ରସାଦସେବନ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ବିଭିନ୍ନ ଭୋଗଲାଗି ଓ ସଂଧ୍ୟାରେ ଆଳତି କରାଯାଉଅଛି । ପୂଜକ ଆର୍ତବନ୍ଧୁ ଦାସ ଓ କର୍ତା ସୁଧାକର ମଲ୍ଲିକ ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ । ସଭାପତି ବିମଳ ମଲ୍ଲିକ ଓ ଆର୍ତବନ୍ଧୁ ମଲ୍ଲିକ, ସଂପାଦକ ସଞ୍ଜିବ କୁମାର ମଲ୍ଲିକ ଓ ସର୍ବେଶ୍ୱର ମଲ୍ଲିକ, ସହଯୋଗୀ ପୂର୍ବତନ କର୍ତା ଧରଣୀଧର ମଲ୍ଲିକ, ନରେନ୍ଦ୍ର କୁମାର ମଲ୍ଲିକ, ଭୀମସେନ ମଲ୍ଲିକ, ଧନଞ୍ଜୟ ମଲ୍ଲିକ, ବନମାଳି ମଲ୍ଲିକ, ପୁରୁଷୋତମ ମଲ୍ଲିକ ଓ ଶିମିଳିଆ ବାଲିସାହିର ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


