ଅଙ୍ଗନଓ୍ବାଡି କର୍ମୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବୀ

ଢେଙ୍କାନାଳ ସଦର ବ୍ଳକ୍ର ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ବହୁ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅପ୍ରେଲ୍ ମାସ ଠାରୁ ଏପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ରମାନଙ୍କରେ ଚାଉଳ ଦେବାରେ ଅନିୟମିତତା ଦେଖାଦେଇଛି । ଅଙ୍ଗନୱାଡି କର୍ମୀ ୩ ଙ୍କିଟାଲ୍ ଚାଉଳ ପାଇଁ କହୁଥିବାବେଳେ ସେଠାରେ ୫୦ କି.ଗ୍ରା ଚାଉଳ ଦିଆଯାଉଛି, କିଛି କେନ୍ଦ୍ରରେ ଆଦୌ ଚାଉଳ ଦେଉନାହାଁନ୍ତି । ଏ ବିଷୟରେ ସିଡିପିଓ କୁହନ୍ତି ଜିଲ୍ଲା ଅଫିସରଙ୍କୁ ପଚାରନ୍ତୁ । ଏହି କାରଣରୁ ଚାଉଳ ଧାର କରିବା ବଢିଯାଇଛି । ଅପରପକ୍ଷରେ ନଭେମ୍ବର, ଡିସେମ୍ବର ୨୦୨୫ ମସିହା ଓ ଜାନୁଆରୀ ମାସର ରୋଷେଇ ଓ ଅଣ୍ଡା ବଂଟନ ଟଙ୍କା ମିଳିଲା ନାହିଁ । ୧୪ ରୁ ୧୮ ବର୍ଷ ଓ ୧୮ ରୁ ୧୯ବର୍ଷ କିଶୋରୀ ବାଳିକାଙ୍କ ଅଣ୍ଡ ବଂଟନ ଟଙ୍କା ୨୦୨୫ ମସିହା ଜୁଲାଇ ମାସ ଠାରୁ ମଧ୍ୟ ମିଳନାହିଁ । ଯାହା ବି ମିଳେ ତାହା ମଧ୍ୟ ସଠିକ୍ ହିସାବ ଟଙ୍କାରୁ କମ୍ ମିଳିଛି ବୋଲି ଉଲ୍ଲେଖ କରିଛନ୍ତି । ସାରା ରାଜ୍ୟରେ ଜାନୁଆରୀ ମାସରେ ଦରମା ପାଇଥିବା ବେଳେ ସଠିକ୍ ସମୟରେ ଦରମା ୟୁ.ସି. ସି.ଡି.ପି.ଓ ବିଭାଗକୁ ପଠାଇ ନଥୁବାରୁ ଆମର ଜାନୁଆରୀ ମାସର ଦରମା ଏ ପର୍ଯ୍ୟନ୍ତ ମିଳନାହିଁ । ଅଗଷ୍ଟ ମାସରେ ଆସିଥିବା ଯୋତା ମୋଜା ଟଙ୍କାକୁ ୩ ଥରରେ ଜମା ଖାତାକୁ ପଠାଇ ମଧ୍ୟ ଯାହାର ୩୦ ପିଲାକୁ ୧୫୦୦ ଟଙ୍କା, ୪୦ ପିଲାକୁ ୧୮୦୦ ଟଙ୍କା ଏଭଳି ଟଙ୍କା ପଠାଇଥିଲେ । ଯାହାପାଇଁ କି ହାତରୁ ଟଙ୍କା ଦେଇ ଯୋତା ମୋଜା ଦେଇ ମଧ୍ଯ ଏହି ଟଙ୍କା ଏ ପର୍ଯ୍ୟନ୍ତ କର୍ମୀମାନେ ପାଇ ନାହାଁନ୍ତି । ଏସବୁ ସମସ୍ୟା ନେଇ ସଂଘ ତରଫରୁ ରାଜ୍ୟ ସମ୍ପାଦିକା ହରପ୍ରିୟା ସାଇଁ, ପୂର୍ଣିମା ତ୍ରିପାଠୀ, ମାନସୀ ମହାପାତ୍ର, ମମତା ଦେବୀ, କ୍ରୀଷ୍ଣମୟୀ, ଶୈଳବାଳା ରାଉତ, ସଂଧ୍ୟା ମିଶ୍ର, ପ୍ରତିମା ସାହୁ, ସୁନିତା ବେହେରା, ମମତା ସାହୁ, ରସବତୀ ସାହୁ, ରୀନା ସାହୁ, ଏଆଇଟିୟୁସିର ଜିଲ୍ଲା ସଭାପତି ରବିରଥ, ସଂପାଦକ ନାରାୟଣ ନାୟକ ଓ ସଦର ବ୍ଳକ୍ର ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ଏକ ଲିଖିତ ଭାବେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ) ଲଳିତ କୁମାର ବେହେରାଙ୍କୁ ପ୍ରଦାନ କରିଛନ୍ତି ।



