ତିନିଦିନ ଧରି ପାଳିତ ହେଉଥିବା ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ପୂର୍ଣ୍ଣାହୂତି ସଂପୂର୍ଣ୍ଣ

ଧର୍ମଗଡ଼ (ଜାଗ୍ରତ ଭାରତ),୧୩।୨ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅଧିନସ୍ତ ମାନଝରି ଗ୍ରାମ ପଞ୍ଚାୟତ ର ଗ୍ରିଣ୍ଡୋଲ ଗ୍ରାମ ରେ ତିନି ଦିନ ଧରି ଚାଲିଥିବା ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ପୂର୍ଣ୍ଣାହୁତି ସହ ଯଜ୍ଞ ସଂପୂର୍ଣ୍ଣ ହୋଇଯାଇଛି। ମଙ୍ଗଳବାର ସଂଧ୍ୟା ଘଣ୍ଟା ସମୟରେ ଭକ୍ତମାନଙ୍କଦ୍ୱାରା ବିରାଟ କଳସ ଯାତ୍ର କରାଯାଇ ଯଜ୍ଞ ସ୍ଥାନରେ ପହଞ୍ଚିଥିଲା ବୁଧବାର ସକାଳ ୮ଘଷ୍ଟାଠାରୁ କୁଣ୍ଡଯଜ୍ଞ କାର୍ଯ୍ୟକ୍ରମ ହୋଇଥିଲା l ଦିବା ଏଘଣ୍ଟା ପର୍ଯ୍ୟନ୍ତ ଏଥିସହ ସଂଧ୍ୟା ୫ଘଣ୍ଟାଠାରୁ ରାତ୍ର ୮ଘଣ୍ଟା ପର୍ଯ୍ୟନୁ ଦୀପଯଞ୍ଚ ସହ ପ୍ରବଚ଼ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁନଶ୍ଚ ଗୁରୁବାର ଦୀନ ଦୀକ୍ଷାଗ୍ରହଣ ୫ଜଣ ଦୀକ୍ଷାଗ୍ରହଣ କରିବାସହ ୪୦ଜଣ ସଂସ୍କାର ମଣ୍ଡନ ହୋଇଥିଲେ ।ଏହି ମହାଯଜ୍ଞ ଶାନ୍ତିକୁଞ୍ଜ ହରିଦ୍ଵାର ଗାୟତ୍ରୀ ପୀଠର ନିର୍ଦ୍ଦେଶ କ୍ରମେ ଲକ୍ଷ୍ମୀବାଇ ମହିଳା ମଣ୍ଡଳ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ହାତିବନ୍ଧା ଗାୟତ୍ରୀ ପୀଠ ର ସଦାନନ୍ଦ ନାମଦେବ ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ଏଥିରେ ଅଞ୍ଚଳର ହଜାର , ହଜାର, ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରି ଯଜ୍ଞକୁ ସଂପଳ କରାଇବାରେ ଯଥା ଶକ୍ତି ସହଯୋଗ କରିଥିଲେ। ଏହି ମହାଯଜ୍ଞ ୧୧ ତାରିଖ ଠାରୁ ଆରମ୍ୱ ହୋଇ ଆଜି ପୂର୍ଣ୍ଣାହୁତି ପରେ ଉଦଯାପିତ ହୋଇଯାଇଛି । . ଆୟୋଜକ କୁହନ୍ତି ସାରାବିଶ୍ୱର ମଙ୍ଗଳ ପାଇଁ ଆମର ଏହି ମହାଯଜ୍ଞ |

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-5-scaled.jpg)

