ବିଶ୍ଵ ପଖାଳ ଦିବସ ଉପଲକ୍ଷେ ଆଞ୍ଚଳିକ ସାହିତ୍ୟ ପରିଷଦ ର ପ୍ରସ୍ତୁତି ବୈଠକ
ବରଗଡ଼:୧୮/୨(ପବିତ୍ର ମେହେର) ଆସନ୍ତା ମାର୍ଚ୍ଚ ମାସ ୨୦ ତାରିଖରେ ହେବାକୁ ଥିବା ବିଶ୍ୱ ପଖାଳ ଦିବସ ଉପଲକ୍ଷେ ବରଗଡ଼ ଜିଲ୍ଲା ଅତାବିରା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆଞ୍ଚଳିକ ସାହିତ୍ୟ ପରିଷଦ୍ ଅତାବିରା ତରଫରୁ ଆଜି ସନ୍ଧ୍ୟା ୫ ଟା ସମୟରେ ସୁବାଷ ଟେଣ୍ଡ ହାଉସ, ରେଙ୍ଗାଲି କେମ୍ପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାହିତ୍ୟ ପରିଷଦ ଅତାବିରା ର ସଭାପତି ଦଶରଥ ଭୋଇଙ୍କ ସଭାପତିତ୍ବରେ ସଙ୍ଗଠନ ର ବରିଷ୍ଠ ସଦସ୍ୟ ସୁବାଷ ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନ ର ସମ୍ପାଦକ ସାମ୍ବାଦିକ ସୁରେନ୍ଦ୍ର କଠାର, ବରିଷ୍ଠ ସଦସ୍ୟ କବି କେତନ ରଣା,ଯୁବକବି ତଥା କୋଷାଧ୍ୟକ୍ଷ ଦୁର୍ଲ୍ଲଭ ଗଡତିଆ, ବରିଷ୍ଠ କବି ସଞ୍ଜୁ ପ୍ରଧାନ ଏବଂ ମନୋଜ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହେବ। ନିଆରା ଢଙ୍ଗରେ ଏଥର କବି କଳାକାର୍ ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରାଇ, ପଖାଳ ର ମହତ୍ତ୍ଵ କୁ ପ୍ରଚାର ପ୍ରସାର କରାଇବା ଉଦ୍ଦେଶ୍ୟରେ ପଖାଳ ଦିବସ ଅବସରରେ ଆଞ୍ଚଳିକ ସାହିତ୍ୟ ପରିଷଦ୍ ଅତାବିରା ତରଫରୁ ‘ପଖାଳ’ ଉପରେ ଏକ ସ୍ବତନ୍ତ୍ର ପୁସ୍ତିକ ଉନ୍ମୋଚିତ ହେବ ବୋଲି ସମସ୍ତ କବି, କବୟିତ୍ରୀ,ଲେଖକ, ସାହିତ୍ୟିକ ମାନଙ୍କୁ ଲେଖା ପଠାଇବା ପାଇଁ ଆହ୍ବାନ କରାଯାଇଛି। ଏହାର ଦାୟିତ୍ଵରେ ଅଛନ୍ତି ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ବରିଷ୍ଠ ସଦସ୍ୟ କବି ଧର୍ମରାଜ ପ୍ରଧାନ, ସୁବାଷ ପ୍ରଧାନ, ଏବଂ ଦୁର୍ଲ୍ଲଭ ଗଡତିଆ।ଶେଷରେ କେତନ ରଣା ଧନ୍ୟବାଦ ଜ୍ଞାପନ କରିଥିଲେ।



