::ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ କୃଷକ ସଂଗଠନ ର ଦାବିପତ୍ର ଦେବାପାଇଁ ପ୍ରସ୍ତୁତି ବୈଠକ::

ବରଗଡ:୧୮/୨(ପବିତ୍ର ମେହେର) ଆଜି ବୁଧବାର ଦିନ ସରକଣ୍ଡା ଧାନ ମଣ୍ଡି ଠାରେ ଅପରାହ୍ନ ୩ ଟାରୁ ୬ଟା ପର୍ଯ୍ୟନ୍ତ ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନର ଚାଷୀ ମାନେ ଏକତ୍ରିତ ହୋଇ ଏକ ସଭା କରିଥିଲେ । ଏହି ସଭାରେ ଟାଟା କମ୍ପାନୀର ମନମୁଖୀ ଗଭୀର ନଳକୂପର ଲାଇନ୍ ବିଲ୍ ସଂଗ୍ରହ କରୁଥିବାରୁ କ୍ଷୋଭ ପ୍ରକାଶ କରାଗଲା । ଗତ ବର୍ଷ ପରି ଚଳିତ ବର୍ଷ ୪୦୦୦ ଟଙ୍କା ବିଦ୍ୟୁତ ବିଲ୍ ଦେବାର ସ୍ଥିର କରାଗଲା । ଦ୍ୱିତୀୟ ରେ ଜଳସ୍ତର ନିମ୍ନଗାମୀ ହେଉଥିବାରୁ ଚିନ୍ତା ପ୍ରକଟ କରି ତାର ସ୍ଥାୟୀ ସମାଧାନ ନିମନ୍ତେ ପ୍ରବାହିତ ଜିରା ନଦୀରେ ଏକ ବିସ୍ଥାପନ ବିହୀନ ଚେକ ଡେମ କରିବା ପାଇଁ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଆସନ୍ତା ୨୪ ତାରିଖ ଜିଲ୍ଲାପାଳଙ୍କ ନିକଟକୁ ଯିବା ପାଇଁ ଏକ ବାଇକ ରାଲି କରିବା ପାଇଁ ସ୍ଥିର କରାଗଲା । ଏହି ସଭାରେ ଆୟୋଜକ ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନର ସଭାପତି ଶ୍ରୀ ରବି ପ୍ରଧାନ, କୃଷକ ପରିବାର ଭଟଲି ତରଫରୁ ଶ୍ରୀ ଥବିର ଆଜ୍ଞା, କୃଷକ ସଂଗଠନ ଭେଡେନରୁ ଶ୍ରୀ ସୁଦାମ ପାତ୍ର, ସଂଯୁକ୍ତ କୃଷକ ସଂଗଠନ ର ଆବାହକ ଶ୍ରୀ ରମେଶ ମହାପାତ୍ର, ରାଜ ବୋଡ଼ା ସମ୍ବର କୃଷକ ସଂଗଠନର ଆଇନ୍ ପରାମର୍ଶ ଦାତା ଶ୍ରୀ ଅଜିତ୍ ଶତପଥୀ, ବରଗଡ଼ କୃଷକ ସଂଗଠନର ଶ୍ରୀ ସୁରେଶ ଓ ଶ୍ରୀ ନିରଞ୍ଜନ, ବିଜେପୁର କୃଷକ ସଂଗଠନର ଶ୍ରୀ ସୁବାଷ, ସଂଯୁକ୍ତ କୃଷକ ସଂଗଠନ ବରପାଲିର ଶ୍ରୀ ତପନ,ଶ୍ରୀଗିଡା ଗ୍ରାମର ଗୌନ୍ତିଆ ଶ୍ରୀ ସୁନିଲ କୁମାର ବାରିକ,ଶ୍ରୀ ଜିତୁ ନାଏକ, ଶ୍ରୀ କମଳାକାନ୍ତ ସା, ଶ୍ରୀ ଲୋକେଶ କୁମାର ସାହୁ, ପାଖ ପାଖ ଅଞ୍ଚଳ ସରକଣ୍ଡା,ଜାମଛାପର,ଜଟଲା, ବାଇପାଳି, ବିଶିପାଲି, ତୁମ୍ବେରପାଲି, ସାମକଟା, କେନ୍ଦପାଲି, ଚକରକେନ୍ଦ୍ ଆଦି ଗ୍ରାମ ରୁ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।



