ଭିଞ୍ଜେତୋରା ଆଶ୍ରମ ସ୍କୁଲ ରେ ବାର୍ଷିକ ଉତ୍ସବ ପାଳିତ

ଭଟଲି (ଅଭିମନ୍ୟୁ ପଧାନ):- ବରଗଡ ଜିଲ୍ଲ ଭଟଲି ବ୍ଲକ ଅନ୍ତର୍ଗତ ଭିଞେତୋରା ଆଶ୍ରମ ସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମେନ ଶ୍ରୀଯୁକ୍ତ ଅରୁଣ ସାହୁ ଙ୍କ ସଭାପତିତ୍ବ ରେ ମୁଖ୍ଯ ଅତିଥି ଭବରେ ମୁଲବାର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ତରଣୀ କୁମରା ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆଗକୁ ନେଇଥିଲେ ।ମୁଖ୍ଯ ବକ୍ତା ଭାବରେ ହାସ୍ଯ ବ୍ୟଙ୍ଗ କବି ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ ଯୋଗଦେଇଥିବା ବେଲେ ସମ୍ମାନୀତ ଅତିଥି ଭାବରେ ଅନ୍ତପାଲି କ୍ଲଷ୍ଟର ସମସ୍ତ ପ୍ରଧାନଶିକ୍ଷକ ଯୋଗଦେଇ କାର୍ଯ୍ୟକ୍ରମ କୁ ସାଫଲ୍ଯ ମଣ୍ଡିତ କରିଥିଲେ ।

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଝସକେତନ ରାଉତ ଙ୍କ ସହିତ ସହକାରି ଶିକ୍ଷକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ସାହୁ, ବାବୁଲୁ ବରିହା, ପଦ୍ମିନୀ ବାଗ , ଭାରତୀ ସାହୁ , ଚିନ୍ମୟୀ ଭୋଇ , ମିନତୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରେ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିବାପରେ ସମସ୍ତ ଙ୍କୁ ଅନ୍ନ ପ୍ରସାଦ ସେବନ ପାଇଁ କହିଥିଲେ।




