ଶ୍ରୀଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦ ସିଂହପୁର ର ଦଶମ ବାର୍ଷିକ ସାରସ୍ବତ ସମାରୋହ ଓ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ

ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦ ସିଂହପୁର ର ଦଶମ ବାର୍ଷିକ ସାରସ୍ବତ ସମାରୋହ ଓ ସମ୍ବର୍ଧନା ଉତ୍ସବ ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୁଲେଖିକା ପ୍ରଫେସର ଡ଼ଃ ସୁଲୋଚନା ଦାସ।

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ସାହିତ୍ୟିକ ପ୍ରଫେସର୍ ଡ ବିଜୟାନନ୍ଦ ସିଂହ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍କଳ ଗ୍ରାମ ସ୍ବାରଜର ସଭାପତି ବ୍ରାହ୍ମାନନ୍ଦ ମହାନ୍ତି, ଯାଜପୁର ର ଉପଜିଲ୍ଲାପାଳ ଅଲିଭା ଧଳ, ଯାଜପୁର ର ଅତିରିକ୍ତ ତହସିଲଦାର ସୁନିତା ବେଉରୀ, ପ୍ରମୁଖ ଯୋଗଦେଇ ଥିଲେ। ସଂପାଦକୀୟ ବିବରଣୀ ପାଠ କରିଥିଲେ ଅନିରୁଦ୍ଧ ବେଉରିଆ।

ଶଙ୍ଖଧ୍ୱନି କରିଥିଲେ କୃଷ୍ଣଚନ୍ଦ୍ର ଥାଟୋଇ,ବେଦପାଠ କରିଥିଲେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ, ଅନ୍ୟମାନଙ୍କ ମଧ୍ୟରେ ସୁବାଷ ଚନ୍ଦ୍ର ପ୍ରଧାନ,ପ୍ରଦୀପ କୁମାର ଜେନା, ଅଧ୍ୟାପକ ଶ୍ରୀକାନ୍ତ ନାୟକ, ପ୍ରମୁଖ ଯୋଗଦେଇ ଥିଲେ। ଧନ୍ୟବାଦ୍ ଅର୍ପଣ କରିଥିଲେ ଭରତ ଚନ୍ଦ୍ର ନାୟକ। କିଟ୍ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡ଼ଃ କୁନ୍ଦନ ସାମଲ, ଇଞ୍ଜିନିୟର ପଦ୍ମନାଭ ଦାସ, ପଦ୍ମାକର ଗୁରୁ,ବିଷ୍ଟୁଚରଣ ଭୁୟାଁ, ନିତ୍ୟାନନ୍ଦ ସାମଲ,ଅବନେନ୍ଦ୍ର ବେଉରିଆ, ଯଶୋବନ୍ତ ଦାସ, ଡ଼ଃ ଲଳିତ ପ୍ରସାଦ ବେହେରା ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।




