ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରିଲେ ରେ ଚାଷୀ

ଭଟଲି (ଅଭିମନ୍ୟୁ ପଧାନ):-ବିଦ୍ୟୁତ ବିଭ୍ରାଟ ଏବଂ ଲାଇନ ବିଲ ଅସୁଳିର ସମାଧାନ ପାଇଁ ଆଜି ଥବିର ସାହୁଙ୍କ ନେତୃତ୍ୱ ରେ କୃଷକ ପରିବାର ଏସ ଡି ଓ ଙ୍କ ସହିତ ଆଲୋଚନା କରିବା ପାଇଁ ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ଆସିଥିଲେ। ହେଲେ ଏସ ଡି ଓ ଅଫିସରେ ନ ଥିବାରୁ ଏକ ପଥପ୍ରାନ୍ତ ସଭା ହେଲା , ସଭାରେ ଭଟଲି ବ୍ଲକରେ ଧାନ ୬୦୮୧, ମକା ୧୨୦, ଗହମ ୧୦, ମୁଗ ୮୦୦, ବିରି ୩୦୦, ଝୁଡ଼ଙ୍ଗ ୨୯୦, ମଟର ଚଣା ୫୨୦,ରାଶି 99, ଚିନାବାଦାମ ୨୪୮୦ ହେକ୍ଟର ଚାଷ ହୋଇଥିବା ଜିଲ୍ଲା କୃଷି ବିଭାଗ ତରଫରୁ ସୂଚନା ଅଛି ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ଉପଦେଷ୍ଟା ରମେଶ ମହାପାତ୍ର ସଭାରେ ପ୍ରକାଶ କରିଥିଲେ । ଅନେକ ସମୟ ପରେ ଏସ ଡି ଓ ବିଜୟ କିସାନ , ଜେ ଇ ସ୍ୱାଧୀନ କୁମାର ସାହୁ , ଭଟଲି ର ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ।ଚାଷୀମାନଙ୍କ କହିବା ଅନୁସାରେ ଅତାବିରା ଅଞ୍ଚଳରେ ଏକର ପ୍ରତି ୩୦୫ ଟଙ୍କା ବର୍ଷକୁ ହେଉଥିବା ବେଳେ ବିକଳ୍ପ ଜଳସେଚନ ଭାବେ ବିବେଚିତ ଗଭୀର ନଳକୂପ ରେ ବିଦ୍ୟୁତ ବିଲ ବର୍ଷକୁ ୪୦ ହଜାର ଟଙ୍କା ହେଉଛି ଏଣୁ ଆମେ ଗତ ବର୍ଷ ପରି ୪ ହଜାର ଟଙ୍କା ଦେବୁ ଏବଂ ଟଙ୍କା ନେଇକରି ଆସିଅଛୁ ନିଅନ୍ତୁ ବୋଲି କହିଥିଲେ। ହେଲେ ଏସ ଡି ଓ ୬ ହଜାର ଟଙ୍କା ଦେବାପାଇଁ କହିଥିଲେ ନ ହେଲେ ଏହି ପ୍ରସଙ୍ଗ ଉପରସ୍ତ ଅଧିକାରୀ ମାନଙ୍କୁ ଲିଖିତ ଭାବେ ଜଣାଇବା ପାଇଁ କହିଥିଲେ। ପରେ ଚାଷୀମାନେ ତାଙ୍କ କହିବା ଅନୁସାରେ ଲିଖିତ ଭାବରେ ବୋରିଂ ପ୍ରତି ୪ ହଜାର ଟଙ୍କା ଦେବୁ ଏବଂ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଲାଇନ ନ କାଟିବା ପାଇଁ ଜଣାଇଛନ୍ତି, ଏସ ଡି ଓ ମଧ୍ୟ ଲାଇନ କଟା ଯିବ ନାହିଁ ବୋଲି କହିଛନ୍ତି ଏହି କାର୍ଯ୍ୟକ୍ରମ ରେ କନ୍ଦର୍ପ ବାରିକ, ଅଶୋକ ସାହୁ, ପବିତ୍ର ପାତ୍ର, ଧନୁର୍ଯ୍ୟ ଛୁରିଆ, ସନ୍ତୋଷ ସାହୁ, ମଧୁ ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ।



