ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଜେ ଏନ୍ ଟାଟାଙ୍କ ୧୮୭ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି
ମେରାମଣ୍ଡଳୀ, ୦୩.୦୩.୨୦୨୬: ଭାରତୀୟ ଶିଳ୍ପ ଉଦ୍ଯୋଗର ମହାନ ଉଦ୍ୟୋଗପତି ତଥା ଟାଟା ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଜାମସେଦଜୀ ନୁସେରୱାନଜୀ ଟାଟାଙ୍କୁ ତାଙ୍କ ୧୮୭ତମ ଜୟନ୍ତୀରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଟାଟା ଷ୍ଟିଲ୍ ରେ ଆଜିର ଦିନକୁ ପ୍ରତିଷ୍ଠାତା ଦିବସ ଭାବେ ପାଳନ କରାଯାଇଥାଏ ।
ମେରାମଣ୍ଡଳୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଏସ୍ଏମ୍ ପାୱର ସିଷ୍ଟମ ଚିଫ୍ ରାଜେଶ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କମ୍ପାନି ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜେ ଏନ୍ ଟାଟାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଯାଇଥିଲା।
ଏହି ଉପଲକ୍ଷେ ଟିଏସ୍ଏମ୍ର ଆବାସିକ କଲୋନୀ ଓ ମେନ୍ ଗେଟକୁ ବିଭନ୍ନ ରଙ୍ଗବେରଙ୍ଗର ଅଲୋକମାଳାରେ ସାଜସଜ୍ଜା କରାଯାଇଥିବା ବେଳେ କର୍ମଚାରୀ ଓ ସେମାନଙ୍କ ପିଲାମାନଙ୍କ ପାଇଁ ବିଭିନ୍ନ କ୍ରୀଡ଼ାର ଆୟୋଜନ କରାଯାଇଥିଲା।



