ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ତରଫରୁ ରଙ୍ଗର ପର୍ବ ହୋଲି ପାଳିତ
ଢେଙ୍କାନାଳ : ଆଜି ପବିତ୍ର ଭାଇଚାରାର ପର୍ବ ହୋଲି ଅବସରରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ତରଫରୁ ସ୍ଥାନୀୟ ଜବାହର ଚୌକ ଠାରେ ହୋଲି ଉତ୍ସବ ପାଳିତ ହୋଇଯାଇଛି। ସମସ୍ତଙ୍କ ଜୀବନରେ ଏହି ହୋଲି ସୁଖ, ଶାନ୍ତି, ସମୃଦ୍ଧି ଭରିଦେଉ। ଏଥିରେ ହର୍ବାଲ ଅବିରରେ ହୋଲି ଖେଳ ହୋଇଥିଲା। ଲୋକମାନଙ୍କ ପାଇଁ ସର୍ବତ କରାଯାଇଥିଲା ଯାହାକି ବସା ଦହି, ପୋଦିନା, ଆମ୍ବକଷିଆ ଅଦା, ଲେମ୍ବୁ, ଗୋଲମରିଚ, କଳା ଲୁଣ, ଚିନି, ବୁନ୍ଦିଆ ଇତ୍ୟାଦିରେ ପ୍ରସ୍ତୁତ ହୋଇଥିଲା। ହୋଲିରେ ଭାଗ ନେବା ପାଇଁ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦ ଯଥା ପରିବେଷବିତ ପ୍ରଦ୍ୟୁମ୍ନ ରଥ, ଓକିଲ ସଂଘର ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଉପସଭାପତି ଟଙ୍କଧର ବେହେରାଙ୍କ ସହିତ ସଦସ୍ୟା ଶୀଳ୍ପିଶ୍ରୀ ହରିଚନ୍ଦନ, ଫୋରମର ସମ୍ପାଦକ ଭରତ କୁମାର ଦାସ, ଘନଶ୍ୟାମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଫୋରମର ସହ ସମ୍ପାଦକ ତଥା ଆଇନଯିବି ଗୁପ୍ତେଶ୍ୱର ମିଶ୍ର, ଉପଦେଷ୍ଟା ପଙ୍କଜ କୁମାର ନାୟକ, କବିଜ୍ୟୋତି ନିରଞ୍ଜନ ପତି, ଅବସର ପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ପାଣି, ବିଜୟ କୁମାର ଦାସ, ଚିନ୍ମୟ ସେନାପତି, ସ୍ବାଗତ ସିଂ, ଅଜିତ ବେହେରା, ସୁବାସ ସାହୁ, ଜିତେନ୍ଦ୍ର ବେହେରା, ପ୍ରଶାନ୍ତ ନନ୍ଦ,ବିଜୟ ବେହେରାଙ୍କ ସହିତ ବହୁ ସଦସ୍ୟ ଉପସ୍ଥିତ ଥିଲେ।



