ଜିଲ୍ଲା ସ୍ତରୀୟ “ବିକଶିତ ଭାରତ ଯୁବ ସଂସଦ-୨୦୨୬” ଅନୁଷ୍ଠିତ
ଗତ ୨ ତାରିଖରେ ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର “ମାଇଁ ଭାରତ ଓ ଜାତୀୟ ସେବା ଯୋଜନା” ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ “ବିକଶିତ ଭାରତ ଯୁବ ସଂସଦ-୨୦୨୬” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧକ୍ଷ ଡ. ବସନ୍ତ କୁମାର ସାହୁ ସଭାପତିତ୍ଵ କରିଥିବା ବେଳେ ପ୍ରାକ୍ତନ ଅଧକ୍ଷ ପ୍ରଫେସର ସୋମେଶ ଦତ୍ତ ଦାସ ମୁଖ୍ୟ ଅତିଥି ଓ ପ୍ରଫେସର ଡ.ଶାନ୍ତନୁ କୁମାର ସର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବି ଭୁପେଶ ଚନ୍ଦ୍ର ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ସୁଧୀରେନ୍ଦ୍ର ପରିଜା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଊର୍ଦ୍ଧ୍ଵ ଛାତ୍ର ଛାତ୍ରୀ, ଜାତୀୟ ସେବା ଯୋଜନା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅନ୍ତର୍ଭୁକ୍ତ କ୍ୟାଡେଟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ସୀତିକଣ୍ଠ ରଥ, ଡକ୍ଟର ଗୌରୀ ଶଙ୍କର ଯୁଗ ପ୍ରକାଶ ଜେନା, ତପନ କୁମାର ସାମଲଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।



