ପୂର୍ଣ୍ଣାହୁତି ସହ ସମାପନ ହେଲାପୁଟିଆ ଚୁରା ଗ୍ରାମ ର ଷୋହଳ ପ୍ରହର ନାମଯଜ୍ଞ

କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡ।ବ୍ଲକ ଅଧିନସ୍ଥ ବୋରଗୁଡ଼ା ପଞ୍ଚାୟତର ପୁଟି ଆଚୁରା ଗ୍ରାମଠାରେ ଆୟୋଜିତ ଶୋହଲଗ୍ରହର ନାମ ଯଞ ର ପୂର୍ଣ୍ଣହୃତି ସହ ଯଜ୍ଞ ସମ୍ପୂର୍ଣ୍ଣ ହୋଇଯାଇଛି ରବିବାର ଦିନ ସଂଧ୍ୟା ୪ଘଣ୍ଟାସମୟରେ କଳସ ଯାତ୍ରା ସଂକିତ୍ତନ ମଣ୍ଡଲି ସହ ଘଣ୍ଟ ସହ ଗ୍ରାମ ର ସତ।ଧିକ ମହିଳା ପୁରୁଷ ଯୋଗ ଦେଇ ।ଗ୍ରାମ ନିକଟରେ ଥିବା ନଦୀରୁ ଯଥାବିଧି ସହ ଜଳ ସଂଗ୍ରହ କରି ଗ୍ରାମ ପରି କର୍ମା କରି ଯଞ୍ଚ ସ୍ଥଳରେ ପହିବା ପରେ କଳସ ସ୍ଥାପନା କରିଥିଲେ ଏବଂ ରବିବାର ଦିନ ସକାଳ ସାତ ଘଣ୍ଟାଠାରୁ ନାମ ଯଞ୍ଚ ଆରମ୍ଭ ହୋଇ ମଙ୍ଗଳବାର ବିଳମ୍ବ ରାତ୍ରରେ ଯଜ୍ଞର ପୂର୍ଣ୍ଣାହୁତି ଅର୍ପଣ ପର୍ବକ ନାମ ଯଜ୍ଞ ସମ୍ପନ୍ନ ହୋଇଥିଲା ଏହି ଉତ୍ସବରେ ସର୍ବମୋଟ ଆଠଗୋଟି ସଂକିର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ ସେଥିମଧ୍ୟରୁ ଛଅଗୋଟି ମହିଳା ଦଳ ସଂକିର୍ତ୍ତନ ମଣ୍ଡଳୀ ଥିଲେ। ଏହି ନାମ ଯଜ୍ଞଦୀର୍ଘ ୧୨ ବର୍ଷ ହେଲା ଗ୍ରାମ ରେ ଅନୁଷ୍ଠିତ ହୋଇଆସୁଛି। ଏଥିର କାର୍ଯ୍ୟକ୍ରମକୁ ବହୁ ଲୋକାଭିମୁଖୀ କରିବା ପାଇଁ ଆୟୋଜକ କମିଟି ଓ ଗ୍ରାମବାସୀ ସମସ୍ତ ସ୍ତରରେ ଉଦ୍ୟମ କରିଛନ୍ତି। ଉତ୍ସବରେ କର୍ତ୍ତା ରୂପରେ ଭୂବନ ନାଏକ ଓ ତାଙ୍କ ସହଧର୍ମିଣୀ ଧନମତୀ ନାଏକ କାର୍ଯ୍ୟଭାର ତୁଲେଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ କୁମଦଚ଼ନ୍ଦ୍ର ମିଶ୍ର,ଦୀଗ ବୀଜୟ ମୁଣ୍ଡ,ସଭାପତି ଅଭିମନ୍ୟୁ ବନ୍ଦି ଛୋର,ପୁରନ୍ଦର ବନ୍ଦି ଛୋର,ଡିଙ୍ଗର ବୋଡ଼କିଆ, ସୋମନାଥ ନାଏକ ପ୍ରେମାନନ୍ଦ ପ୍ରଧାନୀ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗରେ ସଫଳ ରୂପରେ ୧୬ପ୍ରହର ନାମ ଯଜ୍ଞ ସମ୍ପନ୍ନ ହୋଇଛି ଭକ୍ତଙ୍କ ପାଇଁ ଅନ୍ନଛତ୍ର ଖୋଳାଯାଇଥିଲା ହଜାର ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ।

ଧର୍ମଗଡ଼ରୁ ଧବଳେଶ୍ଵର ରାଣା ଙ୍କ ସହ ଭବାନୀପାଟଣାରୁ ନାରାୟଣ ନାୟକଙ୍କ ରିପୋର୍ଟ ଜାଗ୍ରତ ଭାରତ ବ୍ୟୁକ



