ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ନିକଟସ୍ଥ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଜୟନ୍ତୀ ଗଡ଼ରେ ପୁରୁଣା ଶତୃତାକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୂଚନା। ଗୁରୁତର ଅବସ୍ଥାରେ ଯୁବକ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି। ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ଗ୍ରାମର ଅମର ଗିରି ଜୟନ୍ତୀ ଗଡ଼ରେ ଏକ ଚା ଦୋକାନରେ ବସି ଚା ପିଉଥିବା ବେଳେ ଦୁଇଜଣ ଯୁବକ ହଠାତ୍ ଆସି ଆମରକୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ସେ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିବା ନେଇ ସୂଚନା। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ନେଇ ସୂଚନା।ଜୟନ୍ତୀ ଗଡ଼ ଅଞ୍ଚଳର ଦିଲ୍ଲିପ ନାଏକ ଓ ମହମ୍ମଦ ନଦିମ ଅମରକୁ ଆକ୍ରମଣ ପରେ ଘଟଣାସ୍ଥଳରୁ ଚାଲିଯାଇଥିଲେ। ସ୍ଥାନୀୟ ଲୋକ ଅମରକୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ଜଗନ୍ନାଥ ପୁର ପୋଲିସ ଚମ୍ପୁଆ ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



