ଶାନ୍ତି ତପୋବନ ଆଶ୍ରମ ରେ ମହିଳା ଦିବସ ପାଳିତ
ଭଟଲି (ଅଭିମନ୍ୟୁ ପଧାନ):- ସଂଯୁକ୍ତ ଯୁବ ସଂଗଠନ ଦ୍ଵାରା ପରିଚାଳିତ ଶାନ୍ତି ତପୋବନ ଆଶ୍ରମ ମାତୃଛାୟା, ବାନପ୍ରସ୍ଥ ତଥା ନର ନାରାୟଣ ସେବା ମନ୍ଦିର ଜ.ଶ୍ରୀଗିଡା ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।
ସଂଯୁକ୍ତ ଯୁବ ସଂଗଠନର ସଭାପତି ଶ୍ରୀ ସୁରେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ନିରଜ ଅଗ୍ରୱାଲ,ବରଗଡ ସମ୍ମାନିତ ଅତିଥି ଭାବେ ସୁଖର ଜୁଡି ଶ୍ରୀମତୀ ନନ୍ଦିନୀ ବାରିକ,ଶ୍ରୀ ମହେଶ୍ୱର ବାରିକ,ଓ ଉର୍ମିଳା ସେଠ୍ ସରକଣ୍ଡା, ଓ ଆଶ୍ରମର ମୁଖ୍ୟ ଶ୍ରୀ ଦେବଦତ୍ତ ତ୍ରିପାଠୀ ଯୋଗଦେଇ ମହିଳା ଦିବସର ତାତ୍ପର୍ଯ୍ୟ ଓ ନାରୀ ଶକ୍ତି ଉପରେ ବକ୍ତବ୍ୟ ରଖିଥିଲେ। ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ଦିବସକୁ ଆଗେଇ ନେଇ
ଉକ୍ତ ଦିବସର ସମ୍ମାନିତ ଅତିଥି ନନ୍ଦିନୀ ବାରିକ ଓ ମହେଶ୍ୱର ବାରିକଙ୍କ ୨୬ ତମ ବିବାହ ବାର୍ଷିକୀ ଆଜି ହୋଇଥିବାରୁ ବୈଦିକ ପରମ୍ପରା ଅନୁଯାୟୀ ବିବାହ ବାର୍ଷିକ ପାଳନ କରି ସୁଖର ଜୁଡି ଭାବେଁ ସମ୍ମାନୀତ କରାଯାଇଥିଲା।
ସଭା ଶେଷରେ ଅତିଥି ଓ ଅନ୍ତେବାସୀ ମାନେ ଗୀତ ଗାଇ ନାଚିଥିଲେ ।
ସଭାର ପ୍ରାରମ୍ଭରେ ଶୁଶ୍ରୀ ଲବଙ୍ଗ ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ କାର୍ଯ୍ୟକ୍ରମର
ବିଭିନ୍ନ ସମୟରେ ଶ୍ରୀମତୀ ପଙ୍କଜିନୀ ସୁନା ଓ ଝୁନୀ ଭୁଏ ଗୀତ ଗାନ କରିଥିଲେ।
ସଭା ଶେଷରେ ଅନସୂୟା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।



