କଟକ – କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ ରେ ଓଡିଶା ସରକାରଙ୍କ ତରଫରୁ ମୂଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଆରମ୍ଭ ହେଲା, ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଯୋଗଦେଇ କାର୍ଯ୍ୟରେ ଶୁଭଆରମ୍ଭ କରିଥିଲେ, ଅନ୍ୟ ଅତିଥି ଭାବରେ ସଦର ବିଧାୟକ ପ୍ରକାଶ ସେଠି, ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସିନ୍ଧେ, ମହିଳା ବିଭାଗର ସଚିବ, ମହାନଗର ନିଗମ କମିଶନର ଯୋଗଦେଇଥିଲେ, ଜିଲ୍ଲା ପ୍ରଶାସନ ତରଫରୁ ପ୍ରାୟ 55 ଜଣ କନ୍ୟାଙ୍କ ବିଭାହ ହୋଇଥିଲା,ଏହା ବାବଦରେ ଗୋଟିଏ କନ୍ୟା
ଦlନକୁ ସରକାର 60 ହଜ଼ାର ଟଙ୍କା ଖର୍ଚ୍ଚ କରିଥିଲା, ସେଥିରୁ 45 ହଜ଼ାର ଟଙ୍କା କନ୍ୟା ବ୍ୟାଙ୍କ ଆକାଉଣ୍ଟକୁ ତଥା 15 ହଜ଼ାର ଟଙ୍କା ଆୟୋଜନ କରୁଥିବା ସଂସ୍ଥା କୁ ଦିଆଯାଇଥlଏ,ସମାଜରେ ଯୋଉ ଗରିବ ଶ୍ରେଣୀର ଝିଅ ମାନେ ବାହା ହୋଇପାରନ୍ତି ନାହିଁ, ତାଙ୍କ ପାଇଁ ସରକାର ଏହି ଯୋଜନା କରିଛନ୍ତି, ଆଜି କଟକ ସହିତ ଓଡ଼ିଶାର ଆଉ ଦୁଇଟି ସ୍ଥାନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଏହି ଯୋଜନା ଆରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମlଝିଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।




